fbpx
BJD SKY
BJD SKY

Big Breaking: ଓଡ଼ିଶାରେ JN.1 ଆକ୍ରାନ୍ତ ଚିହ୍ନଟ

BJD

ଭୁବନେଶ୍ୱର: ଓଡ଼ିଶାରେ କୋରନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ୨ଜଣ କରୋନାର ନୂଆ ଭାରିଆଣ୍ଟ JN.1 ରେ ଆକ୍ରାନ୍ତ ଚିହ୍ନଟ ହୋଇଛି । ୨ଜଣ ଅକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ଼ ଜିଲ୍ଲାର ସୁସ୍ଥ ଅଛନ୍ତି । ଅନ୍ୟ ଜଣେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନରେ ଅଛନ୍ତି । ୨୪ ଘଣ୍ଟାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛି । ମୋଟ ସକ୍ରିୟ ଆକ୍ରାନ୍ତ ୨୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ଗତକାଲି ରାଜ୍ୟରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରୁ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୨୭ରେ ପହଞ୍ଚିଥିଲା ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯିବା ସହ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ରାଜ୍ୟର ସମସ୍ତ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ଚିଠି ଲେଖି କରୋନା ନିୟମାବଳୀ ମାନିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଥିଲା । ଯେଉଁମାନଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ଲାଗି ରହୁଛି ସେମାନେ ଅଲଗା ରହିବା ସହିତ ସେମାନଙ୍କୁ ପରୀକ୍ଷା କରାଇବାକୁ କୁହାଯାଇଛି । ଏଥିସହିତ ବହୁବିଧ ରୋଗୀମାନେ ଭିଡ଼କୁ ନ ଯିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି।

Get real time updates directly on you device, subscribe now.