fbpx

ଭାରତକୁ ଶକ୍ତି ଦେଲା ICC: ଏଣିକି ପାକିସ୍ତାନ କ୍ରିକେଟ ମ୍ୟାଚ ଉପରେ ନିର୍ଣ୍ଣୟ ନେବ BCCI

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଭାରତୀୟ କ୍ରିକେଟ ବୋର୍ଡ ମଧ୍ୟରେ ଅଧିକାଂଶ ସମୟରେ ମତଭେଦ ଦେଖିବାକୁ ମିଳିଥାଏ । ବିସିସିଆଇର କୌଣସି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରି ପାରେନାହିଁ ପାକିସ୍ତାନ । ନିକଟରେ ଏସିଆ କପ୍-୨୦୨୩କୁ ନେଇ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଛି । ତେବେ ବାରମ୍ବାର ଏଭଳି ପରିସ୍ଥିତିକୁ ଦେଖି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ନେଇଛି ଏକ ବଡ ନିଷ୍ପତ୍ତି । ଉଭୟ ଦେଶ ମଧ୍ୟରେ ଉପୁଜୁଥିବା ଏହି ବିବାଦକୁ ରୋକିବା ପାଇଁ ଭାରତକୁ ଦେଇଛି ଦାୟିତ୍ୱ ।

ସୂଚନା ଅନୁସାରେ, ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩କୁ ନେଇ ପିସିବି ଆରମ୍ଭ କରିଛି ରାଜନୀତି । ଚେନ୍ନାଇ ଏବଂ ବାଙ୍ଗାଲୋରରେ ହେବାକୁ ଥିବା ସମସ୍ତ ମ୍ୟାଚକୁ ସିଫ୍ଟ କରିବା ପାଇଁ ପାକିସ୍ତାନ ଦାବି କରିଛି । କିନ୍ତୁ ଆଇସିସି ଏହି ଦାବିକୁ ଖାରଜ କରିଛି । ଏ ନେଇ ଆଇସିସି ପକ୍ଷରୁ ବଡ ଘୋଷଣା ହୋଇସାରିଛି । ଏଣିକି ଭାରତକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛି ଆଇସିସି । ଜୁନ୍ ୨୦ ତାରିଖରେ ଆଇସିସି ଏବଂ ବିସିସିଆଇ ମଧ୍ୟରେ ହୋଇଥିବା ବୈଠକରେ ଏ ନେଇ ଏକ ବଡ ଆଲୋଚନା ହୋଇଛି । ତେଣୁ ଏଭଳି ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଆଇସିସି ପ୍ରସ୍ତୁତ କରି ସାରିଛି । ଅନ୍ତାର୍ଜତୀୟ କ୍ରିକେଟ ପରିଷଦ କହିଛି ଯେ, ବର୍ତ୍ତମାନ ପିଚ୍ କିମ୍ବା ସ୍ଥାନକୁ ନେଇ କୌଣସି ସମସ୍ୟା ସୃଷ୍ଟି ନ ହେବା ପର୍ଯ୍ୟନ୍ତ ମ୍ୟାଚ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ତେବେ ମ୍ୟାଚ ଖେଳାଯାଉଥିବା ସ୍ଥାନକୁ ନେଇ କୌଣସି ସମସ୍ୟା ରହିଥିଲେ ହିଁ ମ୍ୟାଚର ସ୍ଥାନ ପରିବର୍ତ୍ତନ ହୋଇପାରେ । ଏବେ ପର୍ଯ୍ୟନ୍ତ ଏହି ଦୁଇ ସ୍ଥାନରେ ଏଭଳି କୌଣସି ସମସ୍ୟା ଦେଖା ଦେଇ ନଥିବାରୁ ଏହି ଦାବିକୁ ଖାରଜ କରିଛି ଆଇସିସି ।

ଏସିଆ କପ୍-୨୦୨୩ ପାଇଁ ବିସିସିଆଇ ପାକିସ୍ତାନ ଯିବାକୁ ମନା କରି ଦେଇଥିଲା । ଏହାପରେ ଉଭୟ ବୋର୍ଡ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ପାକିସ୍ତାନର ହାଇବ୍ରିଡ ମଡେଲକୁ ଗ୍ରହଣ କରିବା ସହ ଟୁର୍ଣ୍ଣାମେଣ୍ଟ ଖେଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହାପରେ ବିଶ୍ୱକପରେ ଅହମ୍ମଦାବାଦ ଷ୍ଟାଡିୟମରେ ଖେଳିବା ପାଇଁ ପାକିସ୍ତାନ ଆପତ୍ତି କରିଥିଲା । ବର୍ତ୍ତମାନ ଚେନ୍ନାଇ ଏବଂ ବାଙ୍ଗାଲୋର ଷ୍ଟାଡିୟମକୁ ନେଇ ମଧ୍ୟ ବୋର୍ଡ ତରଫରୁ ଆପତ୍ତି ଦେଖାଇଛି ।

Get real time updates directly on you device, subscribe now.