ICC ଜାରି କଲା ୨୦୨୫ ODI ୱାଲର୍ଡ କପର କାର୍ଯ୍ୟସୂଚୀ, ଜାଣନ୍ତୁ ଏହି ଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଆଇସିସି ମହିଳା କ୍ରିକେଟ ୱାର୍ଲଡ କପ ୨୦୨୫ର କାର୍ଯ୍ୟସୂଚୀ ଜାରି କରିଛି।
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମହିଳା କ୍ରିକେଟ ୱାର୍ଲଡ କପ ୨୦୨୫ର କାର୍ଯ୍ୟସୂଚୀ ଜାରି କରିଛି। ଏହି ୱାର୍ଲଡ କପ ୮ଟି ଟିମ ଭାଗ ନେଉଛି ଏବଂ ଏହି ଟୁର୍ଣ୍ଣାମେଣ୍ଟ ରାଉଣ୍ଡ-ରବିନ ଫର୍ମାଟରେ ଖେଳାଯିବ।
ଏହାର ଅର୍ଥ ସମସ୍ତ ୮ଟି ଟିମ ଗ୍ରୁପ ଷ୍ଟେଜରେ ମୁହାଁମୁହିଁ ହେବେ। ଏଥର ବିଶ୍ୱ କପର ଆୟୋଜନ ଭାରତ ଏବଂ ଶ୍ରୀଲଙ୍କା ମିଶିକି କରୁଛନ୍ତି ଏବଂ ଟୁର୍ଣ୍ଣାମେଣ୍ଟର ସବୁଠୁ ପ୍ରଥମ ମ୍ୟାଚ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।
ଭାରତର କାର୍ଯ୍ୟସୂଚୀ:
୩୦ ସେପ୍ଟେମ୍ବର-ଭାରତ ଏବଂ ଶ୍ରୀଲଙ୍କା
୫ ଅକ୍ଟୋବର- ଭାରତ ଏବଂ ପାକିସ୍ତାନ
୯ ଅକ୍ଟୋବର-ଭାରତ ଏବଂ ଦକ୍ଷିଣ ଆଫ୍ରିକା
୧୨ ଅକ୍ଟୋବର- ଭାରତ ଏବଂ ଅଷ୍ଟ୍ରେଲିଆ
୧୯ ଅକ୍ଟୋବର-ଭାରତ ଏବଂ ଇଂଲଣ୍ଡ
୨୩ ଅକ୍ଟୋବର-ଭାରତ ଏବଂ ନ୍ୟୁଜିଲାଣ୍ଡ
୨୬ ଅକ୍ଟୋବର- ଭାରତ ଏବଂ ବାଂଲାଦେଶ
The countdown begins ⏳
The full schedule for the ICC Women’s Cricket World Cup 2025 is out 🗓
Full details ➡ https://t.co/lPlTaGmtat pic.twitter.com/JOsl2lQYpy
— ICC (@ICC) June 16, 2025
ପ୍ରଥମ ସେମିଫାଇନାଲ ୨୯ ଅକ୍ଟୋବରରେ ଗୌହ୍ୱାଟୀ/କଲମ୍ବୋରେ ଖେଳାଯିବ, ସେହିପରି ଦ୍ୱିତୀୟ ସେମିଫାଇନାଲ ୩୦ ଅକ୍ଟୋବରରେ ବେଙ୍ଗାଲୁରୁରେ ଖେଳାଯିବ। ଫାଇନାଲ ପାଇଁ ନଭେମ୍ବର ୨ ତାରିଖରେ ଧାର୍ଯ୍ୟ କରାଯାଇଛି।