fbpx
BSKY
BJD MC SKY
BJD YOUTH SKY

ଡେଙ୍ଗୁ ଭଳି ରୋଗରୁ ମିଳିବ ମୁକ୍ତି! ICMR ବିକଶିତ କଲା ମଶା ମାରିବାର ଟେକନିକ୍

ପୁଡୁଚେରୀ: ମଶା କାମୁଡ଼ିବାକୁ ନେଇ ଚିନ୍ତାରେ ଥିବା ଲୋକମାନଙ୍କୁ ପାଇଁ ଖୁସି ଖବର । କାରଣ ପୁଡୁଚେରୀରେ ଥିବା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ର ଅନୁସନ୍ଧାନ କେନ୍ଦ୍ର ବାକିଲସ୍ ଥୁରିଙ୍ଗିନ୍ସିସ୍ ଇସ୍ରାଲେନସିସ୍ (ବିଟିଆଇ ଷ୍ଟ୍ରେନ୍ ବିସିଆରସି ବି୧୭) ଉତ୍ପାଦନ ପାଇଁ ଏକ ଟେକନିକ୍ ବିକସିତ କରିଛି, ଯାହା ଅନ୍ୟ ଜୀବଜନ୍ତୁଙ୍କ କ୍ଷତି ନକରି କେବଳ ମଶା ଓ  ବ୍ଲାକ୍ ଫ୍ଲାଏ ଲାର୍ଭାକୁ ମାରିଥାଏ ।

ମଶା ନିୟନ୍ତ୍ରଣ ପାଇଁ ବିଟିଆଇ ବ୍ୟାକ୍ଟେରିଆ ଦଶନ୍ଧି ଧରି ବ୍ୟବହୃତ ହୋଇଆସୁଛି ଏବଂ ଅନ୍ୟ ପ୍ରାଣୀ ଏବଂ ପରିବେଶ ପାଇଁ ନିରାପଦ ବୋଲି ବିବେଚନା କରାଯାଏ  । ଆଇସିଏମଆରର ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଡ. ଅଶ୍ୱାନୀ କୁମାର କହିଛନ୍ତି, “ଏହାର ଖାସ୍ ଗୁଣ ହେଉଛି କି ଏହା କେବଳ ମଶା ଏବଂ କଳା ରଙ୍ଗର ଲାର୍ଭାକୁ ମାରିଦିଏ ଏବଂ ଅନ୍ୟ କୌଣସି କୀଟ, ଜଳଜୀବ କିମ୍ବା ସ୍ତନ୍ୟପାୟୀ ପ୍ରାଣୀଙ୍କର କ୍ଷତି କରେ ନାହିଁ । ବିସିଆରସିର ବିଟିଆଇ ଟେକନିକ୍ ଏହାର ପ୍ରଭାବଶୀଳତା ମାମଲାରେ ବ୍ୟାକ୍ଟେରିଆର ଡବ୍ଲୁଏଚଓ ମାନକ ଷ୍ଟ୍ରେନ୍ ସହିତ ସମାନ ହୋଇଥାଏ । ଆମର ବିଟିଆଇ ବି-୧୭ ଷ୍ଟ୍ରେନକୁ ବହୁଳ ଭାବରେ ପରୀକ୍ଷଣ କରାଯାଇଛି ଏବଂ ବର୍ତ୍ତମାନ ଏହାକୁ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଷ୍ଟ୍ରେନ୍ ଭାବରେ ଭାରତର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇଣ୍ଡେକ୍ସଟାଇଡସ୍ ନାମରେ ନାମିତ କରାଯାଇଛି  । ବର୍ତ୍ତମାନ ସୁଦ୍ଧା ଏହି ଟେକନିକର ଲାଇସେନ୍ସକୁ ୨୧ଟି କମ୍ପାନୀକୁ ଦିଆଯାଇଛି ।’

ତେବେ ମ୍ୟାଲେରିଆ, ଫାଇଲେରିଆ, ଜାପାନିଜ୍ ଏନସେଫାଲାଇଟିସ୍, ଡେଙ୍ଗୁ, ଚିକନଗୁନିଆ ଏବଂ ଜିକା ଭଳି ଭେକ୍ଟର ଜନିତ ରୋଗ ବିରୋଧରେ ଭାରତର ଲଢ଼େଇ ପାଇଁ ବିଟିଆଇର ବ୍ୟବସାୟିକ ଉତ୍ପାଦନ ହେଉଛି ରାମବାଣ ସଦୃଶ୍ୟ । ଗତ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଭାରତରେ ବାଣିଜ୍ୟିକ ଉତ୍ପାଦନ ଏବଂ ବ୍ୟବହାର ପାଇଁ ହିନ୍ଦୁସ୍ତାନ କୀଟନାଶକ ଲିମିଟେଡକୁ ବିଟିଆଇ ଟେକନିକ୍ ଦେଇଥିଲେ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମେ ମାସ ପର୍ଯ୍ୟନ୍ତ ଭାରତରେ ୧୦,୧୭୨ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଚଳିତ ବର୍ଷ ଜୁନ୍ ପର୍ଯ୍ୟନ୍ତ ପ୍ରାୟ ୧,୫୫୪ ଟି ଚିକନଗୁନିଆ ମାମଲା ରିପୋର୍ଟ ହୋଇଥିବାବେଳେ ଏପ୍ରିଲ୍ ପର୍ଯ୍ୟନ୍ତ ୨୧,୫୫୮ ମ୍ୟାଲେରିଆ ରୋଗ ଏବଂ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.