fbpx
BSKY SKY
BSKY SKY

ବାପା ମାଆଙ୍କ ପାଇଁ ଅଲୋଡା ହେଲା ଶିଶୁ କନ୍ୟା: ଜଙ୍ଗଲରୁ ପିଲାକୁ ଉଦ୍ଧାର କଲା ପୋଲିସ୍

BSKY

କେନ୍ଦୁଝର: ଏବେ ବି ଲୋକଙ୍କ ମନରେ ଭରି ରହିଛି ପୁଅ-ଝିଅ ଭେଦଭାବ । ଏବେ ବି ଲୋକାମନେ ଝିଅଙ୍କୁ ଅଯୋଗ୍ୟ ଏବଂ ଅଲୋଡା ମନେ କରୁଛନ୍ତି । ବିଭିନ୍ନ ସ୍ଥାନରେ ଶିଶୁକନ୍ୟାଙ୍କୁ ପିଙ୍ଗି ଦିଆଯାଉଥିବାର ଦେକିବାକୁ ମିଳିଥିବା ବେଳେ ଅନେକ ସ୍ଥାନରେ ନବଜାତ ଶିଶୁର ମୃତଦେହ ଦେଖିବାକୁ ମିଳୁଛି । ତେବେ ଠିକ ସେହିପରି ଏକ ଏଭଳି ଏକ ହୃଦୟ ବିଦାରକ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସାହାରାପଡା ବ୍ଲକ ଗୁଣ୍ଡୁଳା ଗ୍ରାମରୁ । କାଜୁ ଜଙ୍ଗଲରେ ଶିଶୁ କନ୍ୟାକୁ ଫିଙ୍ଗି ଦେଇଛନ୍ତି ବାପା-ମା’ ।

ତେବେ ସେଭାଗ୍ୟ ବଶତଃ ପିଲାଟିର ବିଶେଷ କୌଣସି କ୍ଷତି ହୋଇ ନାହିଁ । ଜଙ୍ଗଲର କୌଣସି ଶିକାରୀ ଜୀବଜନ୍ତୁଙ୍କ କବଳରୁ ରକ୍ଷା ପାଇବା ପରେ ସ୍ତାନୀୟ ଲୋକଙ୍କ ନଜରରେ ପଡିଥିଲା ଏହି ଶିଶୁ କନ୍ୟା । ଜଙ୍ଗଲରେ ଶିଶୁ କନ୍ୟାଟିକୁ ଏମିତି ଅବସ୍ଥାରେ ଦେଖି କିଛି ସ୍ଥାନୀୟ ଲୋକେ ପାଟଣା ଥାନାକୁ ଖବର ଦେଇଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛି ।

Get real time updates directly on you device, subscribe now.