fbpx

ଆଜିଠୁ ଇଂଲଣ୍ଡ-ଭାରତ ଦିନିକିଆ ଲଢେଇ: ଟି-୨୦ ପରେ ଦିନିକିଆ ସିରିଜ ଉପରେ ଟିମ ଇଣ୍ଡିଆର ନଜର

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡ-ଭାରତ ଦିନିକିଆ ସିରିଜ । ଟି-୨୦ ସିରିଜକୁ ୨-୧ରେ ଜିତିବା ପରେ ଏବେ ଦିନିକିଆ ସିରିଜକୁ କବଜା କରିବା ଲକ୍ଷ୍ୟରେ ଓହ୍ଲାଇବ ଟିମ ଇଣ୍ଡିଆ । ସେହିପରି ଟି-୨୦ ସିରିଜର ଶେଷ ମ୍ୟାଚରେ ହାସଲ କରିଥିବା ବିଜୟକୁ ଜାରି ରଖିବା ପାଇଁ ଚେଷ୍ଟା କରିବ ଘରୋଇ ଦଳ । ତେବେ ଆଜିର ପ୍ରଥମ ଦିନିକିଆରେ ଭାରତର ପ୍ଲେଇଙ୍ଗ ୧୧କୁ ନେଇ ଚର୍ଚ୍ଚା ଲାଗି ରହିଛି ।

ତେବେ ଦଳରେ ସ୍ଥାନ ପାଇବା ନେଇ ସବୁଠୁ ବେଶୀ ଚର୍ଚ୍ଚାରେ ଅଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ଖରାପ ଫର୍ମ ଦେଇ ଗତି କରୁଥିବା ସମୟରେ ସେ ସାମାନ୍ୟ ଆହତ ହୋଇଥିବା ମଧ୍ୟ ଜାଣିବାକୁ ମିଳିଛି । ତେଣୁ ତାଙ୍କ ସ୍ଥାନରେ ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କୁ ଦଳୂରେ ସୁଯୋଗ ଦିଆଯାଇପାରେ । ସେପଟେ ଦଳରେ କମବ୍ୟାକ କରି ପାରନ୍ତି ଷ୍ଟାର ପେସ ବୋଲର ମହମ୍ମଦ ଶାମୀ । ତେବେ ଆସନ୍ତୁ ଜାଣିବା କ’ଣ ରହିପାରେ ଭାରତର ପ୍ଲେଇଙ୍ଗ ୧୧ ।

India vs West Indies Third ODI: Kohli goes for duck; netizens can't keep  calm - BusinessToday

ଯଦି ଆଜିର ମ୍ୟାଚରେ ବିରାଟ କୋହଲି ଉପଲବ୍ଧ ନ ହୁଅନ୍ତି, ତେବେ ଶ୍ରେୟସ ଅୟର ଦଳରେ ସ୍ଥାନ ପାଇବେ । ସେହିପରି ଦୀର୍ଘ ଦିନର ବ୍ୟବଧାନ ପରେ ଦଳକୁ କମବ୍ୟାକ କରିବାକୁ ଯାଉଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ସହିତ ରବନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇବା ଏକପ୍ରକାର ସୁନିଶ୍ଚିତ ରହିଛି । ୫ ଜଣ ବ୍ୟାଟ୍ସମ୍ୟାନ, ୨ ଅଲରାଉଣ୍ଡର ଏବଂ ୪ ପ୍ରମୁଖ ବୋଲରଙ୍କୁ ନେଇ ଆଜି ମଇଦାନକୁ ଓହ୍ଲାଇପାରନ୍ତି ରୋହିତ । ତେବେ ଏମାନଙ୍କ ମଧ୍ୟରୁ ୩ ଜଣ ପେସ ବୋଲର ଏବଂ ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ଦିଆଯାଇପାରେ ।

ଭାରତର ପ୍ଲେଇଙ୍ଗ ୧୧:

ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ପ୍ରସିଦ୍ଧ କୃଷ୍ଣା/ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମୀ, ଜସପ୍ରୀତ ବୁମରାହ , ୟୁଜବେନ୍ଦ୍ର ଚହଲ

Get real time updates directly on you device, subscribe now.