ବଡ଼ ଧରଣର ବିମାନ ଦୁର୍ଘଟଣା, ସାମ୍ନାକୁ ଆସିଲା ବିମାନରେ ଥିବା ଯାତ୍ରୀଙ୍କ ପରିଚୟ
୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୬୯ ଭାରତୀୟ ଓ ୫୩ ଜଣ ବ୍ରିଟିଶ ପାସେଞ୍ଜର ଥିଲେ।
ଗୁଜୁରାଟ: ବଡ଼ ଧରଣର ବିମାନ ଦୁର୍ଘଟଣା। ଆକାଶରେ କଳା ଧୂଆଁର ଆସ୍ତରଣ। ଅହମ୍ମଦାବାଦରୁ ଲଣ୍ଡନ ଯିବାକୁ କେଟ୍ ଅଫ୍ କରିଥିଲା। ହେଲେ ଟେକ୍ ଅଫ୍ କରିବାର ମାତ୍ର ୫ ମିନିଟ୍ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ବିମାନରେ ନିଆଁ ଲାଗିଯାଇଥିଲା।
ଏହାସହ ଏହି ବିମାନରେ ଥିଲେ ୨୪୨ ଜଣ ଯାତ୍ରୀ। ସେମାନଙ୍କ ମଧ୍ୟରୁ ୨୩୦ ଜଣ ଯାତ୍ରୀଙ୍କ ସହ ୧୨ ଜଣ କ୍ରିଉ ମେମ୍ୱର ଥିଲେ। ୨ ଜଣ ପାଇଲଟଙ୍କ ସହ ୧୦ ଜଣ କ୍ୟାବିନ କ୍ରିଉ ମେମ୍ୱର ଥିଲେ।
ତେବେ ଏବେ ବିମାନରେ ଥିବା ଯାତ୍ରୀଙ୍କ ପରିଚୟ ମିଳିଛି। ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଥିଲେ ୧୬୯ ଭାରତୀୟ। ୫୩ ଜଣ ବ୍ରିଟିଶ ପାସେଞ୍ଜର ଥିଲେ, ୭ ପର୍ତ୍ତୁଗୀଜ୍, ଜଣେ କାନାଡୀୟ ନାଗରିକ ଥିଲେ। ଉଦ୍ଧାର ପାଇଁ ପହଞ୍ଚିଲା ଏକାଧିକ ଆମ୍ୱୁଲାନ୍ସ।