Breaking: ଜମ୍ମୁ କାଶ୍ମୀରରେ ବଡ ଧରଣର IED Blast, 2 ଯବାନ ସହିଦ

ଜମ୍ମୁରେ ସହିଦ ହେଲେ 2 ଯବାନ । ଆତଙ୍କବାଦୀମାନଙ୍କ କାର୍ଯ୍ୟକଳାପ ହୋଇଥିବା ଆଶଙ୍କା ।

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅଖନୁର ସେକ୍ଟରରେ ଏକ ଭରଓ୍ବାଡ ପୋଷ୍ଟ ନିକଟରେ ଏକ ଆଇଇଡି ବିସ୍ଫୋରଣର । ଏଥିରେ ଦୁଇଜଣ ସହିଦ ହୋଇଯାଇଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ଜଣେ ସେନା କ୍ୟାପଟେନ ଏବଂ ଆଉ ଜଣେ ସେନୈକ ସହିଦ ହୋଇଛନତି । ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, ଘଟଣାଟି ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା୫୦ ସମୟରେ ଘଟିଥିଲା । ଏକ ସେନା ପାଟ୍ରୋଲିଂ ଟିମ୍ ନିୟମିତ ପାଟ୍ରୋଲିଂରେ ଥିଲା। ଏହି ସମୟରେ ହଠାତ୍ ସୀମା ନିକଟରେ ଏକ IED ବିସ୍ଫୋରଣ ଘଟିଥିଲା ।

ଏଥିରେ ଜଣେ ଅଧିକାରୀଙ୍କ ସମେତ ତିନି ଜଣ ସୈନିକ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ 2ଜଣ ଆଖି ବୁଜିଛନ୍ତି ।

ସୂଚନା ଦେଇ ସାମରିକ ଅଧିକାରୀମାନେ କହିଛନ୍ତି ଯେ ସୈନିକମାନେ ଭଟ୍ଟଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା।  ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ବିସ୍ଫୋରଣ ହୋଇଥିଲା।

ଏହାକୁ ଆତଙ୍କବାଦୀମାନେ ଲଗାଯାଇଥିବା ବିଶ୍ୱାସ କରାଯାଉଛି । ଅଧିକାରୀମାନେ କହିଛନ୍ତି ଯେ ବିସ୍ଫୋରଣ ପରେ ତୁରନ୍ତ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା ।