ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ଯଦି ୨ ଭଉଣୀ ପଢୁଛନ୍ତି, ତେବେ ଜଣଙ୍କ ଫି ଛାଡ୍ କରନ୍ତୁ ସ୍କୁଲ ମ୍ୟାନେଜମେଣ୍ଟ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାନ୍ଧି ଜୟନ୍ତୀ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ସେ କହିଛନ୍ତି ଯେ, ଯଦି କୌଣସି ଘରୋଇ ସ୍କୁଲରେ ଦୁଇ ଭଉଣୀ ମିଶି ପାଠ ପଢ଼ୁଛନ୍ତି ତେବେ ସେମାନଙ୍କ ମଧ୍ୟରୁ କୌଣସି ଜଣଙ୍କର ସ୍କୁଲ ଫି’ ଛାଡ଼ କରାଯାଉ । ଯଦି ବେସରକାରୀ ବିଦ୍ୟାଳୟ ଏପରି କରୁନାହାନ୍ତି ତେବେ ସମ୍ବର୍ନ୍ଧିତ ବିଭାଗ ଏଭଳି ଏକ ବିଦ୍ୟାର୍ଥୀଙ୍କ ଟ୍ୟୁସନ ଫି ଦେବା କାମ କରନ୍ତୁ । ପ୍ରତିଟି ଜିଲ୍ଳା ସ୍ତରରେ ଏଥିପାଇଁ ନୋଡଲ ଅଧିକାରୀ ନିୟୋଜିତ କରାଯାଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହିତ ସେ ଆହୁରି ବି କହିଛନ୍ତି ଯେ, ସରକାରୀ ବିଦ୍ୟାଳୟ ମାନଙ୍କରେ ମହିଳା ମାନଙ୍କ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ ।

ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଏହି କଥା ଛାତ୍ରବୃତ୍ତି ବିତର ସମୟରେ କହିଛନ୍ତି । ଏହି କ୍ରମରେ ସେ ଗାନ୍ଧିଜୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ ଏହି ଅବସରରେ ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ତାଙ୍କୁ ପ୍ରଣାମ କରିଥିଲେ ଓ ଦେଶ ସ୍ୱାଧୀନରେ ସେମାନଙ୍କର ଥିବା ଅବଦାନ ସମ୍ପର୍କରେ କହିଥିଲେ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଅକ୍ଟୋବର ୨ ତାରିଖରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ । ଏହା ଏବେ ଏକ ମିଶନ ହୋଇଯାଇଛି ।