fbpx

ବିବାହର ପ୍ରଥମ ବର୍ଷରେ ମହିଳାମାନେ କରନ୍ତୁ ନାହିଁ ଏହି ଭୁଲ: ବୈବାହିକ ଜୀବନରେ ହୋଇପାରେ ସମସ୍ୟା

ଓଡିଶା ଭାସ୍କର: ପ୍ରତ୍ୟେକ ମାତା ପିତା ନିଜ ଝିଅର ବିବାହ ପାଇଁ ସର୍ବୋତ୍ତମ ପରିବାର ଖୋଜିବାକୁ ପ୍ରୟାସ କରିଥାନ୍ତି । କିନ୍ତୁ ବିବାହ ପରେ ଝିଅ ନେଇଥିବା ନିର୍ଣ୍ଣୟ ଉପରେ ତା’ର ସମ୍ପୂର୍ଣ୍ଣ ଭବିଷ୍ୟତ ନିର୍ଭର କରିଥାଏ । ତେବେ କିଛି ମହିଳା ବିବାହ ପରେ ଏପରି କିଛି କାର୍ଯ୍ୟ କରିଥାନ୍ତି ଯାହା ଶାଶୂଘର ଲୋକଙ୍କ ସହିତ ସେମାନଙ୍କ ସମ୍ପର୍କ ଖରାପ କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ନିଷ୍ପତ୍ତି ବା କଥା ରହିଛି ଯାହା ବିବାହ ପରେ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ।

– ଶାଶୂ-ବୋହୂ ବା ନଣନ୍ଦ-ଭାଉଜଙ୍କ ମଧ୍ୟରେ ଝଗଡ଼ା ହେବା ବେଶ ସାଧାରଣ କଥା । କିନ୍ତୁ ପରେ ଏହା ଏକ ବଡ଼ କାରଣ ହୋଇଯାଇଥାଏ । ଏହା ଛଡ଼ା ସମାଜରେ ଲୋକମାନେ ମଧ୍ୟ ଏହାକୁ ନେଇ ବିଭିନ୍ନ କଥା କହିଥାନ୍ତି । ଏପରିକି ଏହା ପରେ ସ୍ୱାମୀଙ୍କ ସହିତ ସମ୍ପର୍କ ମଧ୍ୟ ଧୀରେ ଧୀରେ ଦୁର୍ବଳ ଏବଂ ଖରାପ ହେବାକୁ ଲାଗିଥାଏ । କାରଣ ଏହି ଦୁଇ ଜଣ ମହିଳା ଆପଣଙ୍କ ସ୍ୱାମୀଙ୍କ ଜୀବନରେ ବେଶ ଗୁରୁତ୍ୱ ବହନ କରନ୍ତି ।

– ଆପଣଙ୍କ ସ୍ୱାମୀ କରୁଥିବା ପ୍ରତି କାର୍ଯ୍ୟରେ ସାମିଲ ହୁଅନ୍ତୁ । କିନ୍ତୁ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ନିଜର ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରି ଭୁଲ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ସ୍ୱାମୀ ଧୀରେ ଧୀରେ ଚିଡ଼ଚିଡ଼ା ସ୍ୱଭାବର ହୋଇଯିବା ସହିତ ପରେ ଆପଣଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଥାଏ ।

– ବିବାହର ପ୍ରଥମ ଦିନରେ ହିଁ ମହିଳାମାନେ ଶାଶୂଘର ଲୋକଙ୍କୁ ଖୁସି କରିବା ପାଇଁ ନିଜ କ୍ଷମତାଠାରୁ ଅଧିକ କାର୍ଯ୍ୟର ଦାୟିତ୍ୱ ନେଇଯାଇଥାନ୍ତି । କିନ୍ତୁ ଏପରି କରିବା ଆଦୌ ଉଚିତ ନୁହେଁ । ପ୍ରଥମ ଦିନରୁ ହିଁ ନିଜର କାମ କରିବାର କ୍ଷମତା ସେମାନଙ୍କ ଆଗରେ ସ୍ପଷ୍ଟ କରିଦେବା ଉଚିତ ।

– ତେବେ ଏକ ଧାରଣା ରହିଛି ଯେ ଯଦି ବିବାହ ପରେ ଝିଅ ଶାଶୂଘରେ ଅଧିକ ସମୟ ରହେ ଏବଂ ବାପଘର ପ୍ରତି କମ ଧ୍ୟାନ ଦିଏ ତେବେ ସେ ଆରାମ ରେ ଆଡ଼ଜଷ୍ଟ କରିପାରିବ । କିନ୍ତୁ ଏହା ଆଦୌ ଉଚିତ ନୁହେଁ । ଆପଣଙ୍କୁ ଆପଣଙ୍କ ପିତାମାତାଙ୍କ ସହିତ ଶାଶୂଘର ଲୋକଙ୍କ ଅନୁସାରେ ବ୍ୟବହାର କରିବା ଉଚିତ ନୁହେଁ ।

– ବିବାହ ପରେ ନିଜ ବାପଘରୁ ଅଧିକ ଜିନିଷ ଆଣନ୍ତୁ ନାହିଁ । ଯଦିଓ ଏହା ଉପହାର ଆକାରରେ ମିଳୁଥାଏ । ଏଥି ସହିତ ଏହା ମଧ୍ୟ ଧ୍ୟାନରେ ରଖନ୍ତୁ ଯେ ଶାଶୂଘର ଲୋକଙ୍କ ଦାବିକୁ ମଧ୍ୟ ବାପଘରକୁ ନେଇ ଯାଆନ୍ତୁ ନାହିଁ । କାରଣ ଏହା ଆପଣଙ୍କ ପିତାମାତାଙ୍କୁ ଚିନ୍ତାଗ୍ରସ୍ତ କରିଥାଏ ।

Get real time updates directly on you device, subscribe now.