fbpx

ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ- ବ୍ରାଣ୍ଡେଡ୍ ମେଡିସିନ୍ ଲେଖୁଥିବା ଡାକ୍ତରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜେନେରିକ୍ ମେଡିସିନ୍ ବଦଳରେ ବ୍ରାଣ୍ଡେଡ୍ କମ୍ପାନୀର ମେଡିସିନ୍ ଲେଖୁଥିବା ଡାକ୍ତରଙ୍କ ଉପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରି କାର୍ଯ୍ୟ କରୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଚେତାବନୀ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ବଘେଲ ସୋମବାର ତାଙ୍କ ବାସଭବନରେ ପରିବେଶ ଓ ଗୃହ ବିଭାଗର ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକ ସମୟରେ ସେ ଧନୱନ୍ତ୍ରି ଜେନେରିକ୍ ମେଡିକାଲ୍ ଷ୍ଟୋର ଯୋଜନାର ମଧ୍ୟ ସମୀକ୍ଷା କରିଥିଲେ । ସମୀକ୍ଷା ସମୟରେ ସେ ସରକାରୀ ଡାକ୍ତରଖାନାଗୁଡ଼ିକରେ ଜେନେରିକ୍ ମେଡିସିନ୍ ବଦଳରେ ବ୍ରାଣ୍ଡେଡ୍ ମେଡିସିନ୍ ଲେଖିବା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବ୍ରାଣ୍ଡେଡ୍ ମେଡିସିନ୍ ଲେଖୁଥିବା ସରକାରୀ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି । ମୁଖ୍ୟ ସଚିବ ସ୍ୱାସ୍ଥ୍ୟ ତୁରନ୍ତ ସମସ୍ତ କଲେକ୍ଟର ଓ ସିଏମଏଚଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହା ନିଶ୍ଚିତ ହେବା ଉଚିତ କି ଡାକ୍ତରମାନେ କେବଳ ଜେନେରିକ ମେଡିସିନ୍ ଲେଖିବେ ।

ବାରମ୍ବାର ନିର୍ଦ୍ଦେଶ ସତ୍ତେ୍ୱ ଡାକ୍ତରମାନେ ଜେନେରିକ୍ ମେଡିସିନ୍ ବଦଳରେ ବ୍ରାଣ୍ଡେଡ୍ ମେଡିସନ୍ ଲେଖୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ମିଳିଥିଲା । ଏହା ଉପରେ ସେ ରାଗିଥିଲେ ଓ ଅଧିକାରୀମାନଙ୍କୁ ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.