ଖଣି ନିଲାମ ଠିକ୍ ହେଲେ ୫ଗୁଣ ଲାଭ ମିଳନ୍ତା: ଓଡିଶା ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି କହିଛନ୍ତି ଯେ ଯଦି ଖଣି ନିଲାମ ପ୍ରକ୍ରିୟା ସଠିକ୍‌ ଭାବେ ପରିଚାଳିତ ହୁଏ, ତେବେ ରାଜ୍ୟ ପାଇଁ ୫ ଗୁଣ ଅଧିକ ଲାଭ ମିଳିପାରିବ। ଏକ ସାମ୍ପ୍ରତିକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଏହି ମନ୍ତବ୍ୟ ଦେଇ ଖଣି ସମ୍ପଦର ସୁପରିଚାଳନା ଏବଂ ସ୍ୱଚ୍ଛ ନିଲାମ ପ୍ରକ୍ରିୟାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟପାଳ କହିଛନ୍ତି, “ଓଡ଼ିଶା ଖଣିଜ ସମ୍ପଦରେ ଅତ୍ୟନ୍ତ ସମୃଦ୍ଧ। କିନ୍ତୁ ଏହାର ସଠିକ୍‌ ଉପଯୋଗ ଏବଂ ନିଲାମ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିଲେ, ରାଜ୍ୟ ଏହାର ପୂର୍ଣ୍ଣ ଲାଭ ପାଇପାରିବ ନାହିଁ। ଯଦି ଆମେ ଏକ ସୁସ୍ଥ ଏବଂ ନ୍ୟାୟପୂର୍ଣ୍ଣ ନିଲାମ ବ୍ୟବସ୍ଥା ଗ୍ରହଣ କରୁ, ତେବେ ରାଜ୍ୟର ରାଜସ୍ୱ ୫ ଗୁଣ ବୃଦ୍ଧି ପାଇପାରିବ।” ରାଜ୍ୟର ସମୀକ୍ଷାର ସମସ୍ତ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (ପିଏସ୍‌ୟୁ) ପିଏସ୍‌ସ୍ଥି)ର ବୈଠକରେ ରାଜ୍ୟପାଳ ଜ୍ୟପାଳ ଏଭଳି ମନ୍ତବ୍ୟ ଦେଇ କହିଛନ୍ତି, ଓଡ଼ିଶା ଖଣି ନିଗମ ଠିକଣା ଭାବେ ଲୁହାପଥରର ମାର୍କେଟିଂ କରିବାର ଆବଶ୍ୟକ‌ତା ରହିଛି। କେତେକ ଖଣି କମ ଦରରେ ଲିଜ୍ ଦିଆଯାଇଥିବା ସେ କହିଛନ୍ତି।

ନଟ୍‌ସ ଆଣ୍ଡ ବୋଲ୍ଡ ଲିମିଟେଡ୍‌ର ବକେୟା ୫୮ବର୍ଷ ଧରି ଗଡୁଛି। କମ୍ପାନୀ ଆଇନର ଅନୁଚ୍ଛେଦ-୯୯ ଅନୁଯାୟୀ ଠିକଣା ଭାବେ ସମୀକ୍ଷା ହୋ ହାଇ ନ ଥିବା ପିଏସ୍‌ସ୍କୁର ଏଜିଏମ୍‌ଙ୍କୁ ୧ଲକ୍ଷ ଲକ୍ଷ ଟଙ୍କାର ଜରିମାନା କରାଯିବା ସହିତ ଦୈନିକ ୫ହଜାର ଟଙ୍କାର ଅତିରିକ୍ତ ଜରିମାନାର ବ୍ୟବସ୍ଥା ରହିଛି। ସେହିପରି ସେକ୍ସନ-୩୯୫ ଅନୁଯାୟୀ, ପିଏସ୍‌ୟୁ ତା’ର ବାର୍ଷିକ ରିପୋର୍ଟ ଓ ସମୀକ୍ଷା ରିପୋର୍ଟ ତିନିମାସ ମଧ୍ୟରେ ପ୍ରସ୍ତୁତ କରିବା କଥା। ବିଧାନସଭାରେ ରିପୋର୍ଟ ଉପସ୍ଥାପନ ହେବା ରିପୋର୍ଟ ସରକାରଙ୍କ ହସ୍ତଗତ ହେବା କଥା।

ଏହି ଅବସରରେ ରାଜ୍ୟପାଳ ସମସ୍ତ ପିଏସ୍‌ୟୁ ଠିକଣା ଭାବେ ରେଗୁଲେଟ ହେବାର ଆବଶ୍ୟକ‌ତା ରହିଛି ବୋଲି ସମସ୍ତ ପିଏସ୍‌ୟୁ ମୁଖ୍ୟଙ୍କୁ କହିଛନ୍ତି। ମହାଲେଖାକାର ଏଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି। ଫେବୃଆରୀ ୧୪ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍‌ବିଏସ୍ ରାଜପୁତ, ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, କ୍ରୀଡ଼ାବିଭାଗ ପ୍ରମୁଖ ସଚିବ ଭାସ୍କରଜ୍ୟୋତି ଶର୍ମା, ପ୍ରମୁଖ ମହାଲେଖାକାର ଡି. ସାହୁ ଓ ଅନ୍ୟାନ୍ୟ ପିଏସ୍‌ୟୁର ମୁଖ୍ୟ ଉପସ୍ଥିତ ଥିଲେ।

ପ୍ରମୁଖ ମହାଲେଖାକାରଙ୍କ ପକ୍ଷରୁ ରାଜ୍ୟରେ ବିଭିନ୍ନ ପିଏସ୍‌ୟୁର ବାସ୍ତବସ୍ଥିତି ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା। ପ୍ରମୁଖ ମହାଲେଖାକାର ଦର୍ଶାଇଥିଲେ, ରାଜ୍ୟରେ ୭୬ଟି ପିଏସ୍‌ୟୁ ରହିଛି। ସିଏଜି ୭୩ ଫିଏସ୍‌ୟୁର ଅତିରିକ୍ତ ସମୀକ୍ଷା କରନ୍ତି। ଅବଶିଷ୍ଟ ତିନୋଟି ଯଥା ଓଏସ୍ଏଫ୍ସି, ଓଏସ୍‌ଡବ୍ଲ୍ୟୁଏନ୍‌ସି ଏବଂ ଓଏସ୍‌ଆର୍‌ଟିସିର ସମୀକ୍ଷା ସିଧାସଳଖ ସିଏଜିଙ୍କ ଦ୍ବାରା ହୋଇଥାଏ। ରାଜ୍ୟ ସରକାର ମୋଟାମୋଟି ୨୩ହଜାର କୋଟି ଟଙ୍କା ନିବେଶ କରିଛନ୍ତି। ଓଡ଼ିଶା ଖଣି ନିଗମର ସମଷ୍ଟିଗତ ଲାଭାଂଶ ୧୭ହଜାର କୋଟି ଟଙ୍କା ରହିଥିବାବେଳେ ଗ୍ରୀଡ୍‌କୋର ସମଷ୍ଟିଗତ ଭାବେ ୯ହଜାର କୋଟି ଟଙ୍କା କ୍ଷତି ପରିମାଣ ରହିଛି।

ରାଜ୍ୟ 4ରେ ୫୨ଟି ପିଏସ୍‌ୟୁ ଚଳନ୍ତି ଅବସ୍ଥାରେ ରହିଛି। ୨୭ଟିର ନଥ୍‌ପତ୍ର ଅପ୍‌ଡେଟ ରହିଛି। ଆ ଅନ୍ୟ ସମସ୍ତ ପିଏସ୍‌ୟୁର ସମୀକ୍ଷା ଦୀର୍ଘବର୍ଷ ଧରି ହୋଇନାହିଁ। ଓଆର୍‌ଏଚ୍‌ଡିସିର ସମୀକ୍ଷା ୧୫ବର୍ଷ ଧରି ହୋଇ ନ ଥିବାବେଳେ ଗଜପତି ଷ୍ଟିଲ୍ ଷ୍ଟିଲ୍ ଇଣ୍ଡଷ୍ଟ୍ରୀ ଅଚଳ ଅବସ୍ଥାରେ ରହିଛି। ୫ଦଶନ୍ଧି ଧରି ତା’ର ର ଆର୍ଥିକ କାରବାର ସମ୍ପର୍କରେ କୌଣସି ସମୀକ୍ଷା କରାଯାଇନାହିଁ।