fbpx

WORLD CUP FINAL; ଟସ ଜିତିଥିଲେ ଆମେ ବ୍ୟାଟିଂ ନିଷ୍ପତି ନେଇଥା’ନ୍ତୁ; ଅଧିନାୟକ ରୋହିତ ଶର୍ମା

Advertisement

ଅହମ୍ମଦାବାଦ; ଦୀର୍ଘ ବର୍ଷ ହେବ ଭାରତୀୟ ଦଳ ଯେଉଁ ଲକ୍ଷ୍ୟରେ ରହିଥିଲା ଆଜି ସେହି ଦିନ ଆସି ପହଞ୍ଚିଛି । ଆରମ୍ଭ ହୋଇଛି ଐତିହାସିକ ୨୦୨୩ ବିଶ୍ୱକପ ମହାଲଢେଇ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛି ଅଷ୍ଟ୍ରେଲିଆ ତେବେ ଏହି ଟସ ସମ୍ପର୍କରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି, ଯଦି ଆମେ ଟସ ଜିତିଥା’ନ୍ତୁ ତେବେ ପ୍ରଥମେ ଆମେ ବ୍ୟାଟିଂ ନିଷ୍ପତି ନେଇଥା’ନ୍ତୁ। ତେବେ ଅଧିନାୟକ ରୋହିତଙ୍କ ଏହି ପ୍ରତିକ୍ରିୟାରୁ ଜଣାପଡିଛି ଯେ, ଟସକୁ ନେଇ ଭରତୀୟ ଦଳ ଆଦୌ ଚିନ୍ତିତ ନାହିଁ । ପ୍ରଥମେ ବ୍ୟାଟିଂ କରି ପରେ ଦଳ ବୋଲିଂକୁ ଗୁରୁତ୍ୱ ଦେବ ବୋଲି ଅନୁମାନ କରାଯାଉଛି ।

ସୂଚନା ଥାଉକି, ଆଜିର ଏହି ଫାଇନାଲ ମ୍ୟାଚକୁ ନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଟସ୍ ଓ ଷ୍ଟ୍ରାଟେଜି ସମ୍ପର୍କରେ ଅଧିନାୟକ ରୋହିତ କିଛି ବୟାନ ରଖିଥିଲେ । ଏଥିରେ ସେ କହିଥିଲେ ଯେ, ଏହି ମ୍ୟାଚ ପାଇଁ ଟସ୍ ମହତ୍ତ୍ୱପୂର୍ଣ୍ଣ ହେବ ନାହିଁ । ଆମେ ପରିସ୍ଥିତିକୁ ଭଲ ଭାବରେ ବୁଝିବୁ ଏବଂ ଭଲ କ୍ରିକେଟ୍ ଖେଳିବୁ। ସେ ଆହୁରି ମଧ୍ୟ କହିଥିଲେ ଆମେ ବାହ୍ୟ ଚାପକୁ ଏଡ଼େଇ ନିଜ ଯୋଜନା ଅନୁସାରେ ଖେଳିବୁ । ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ବିଶ୍ୱକପ ପାଇଁ ୨ ବର୍ଷ ପୂର୍ବରୁ ଭାରତର ପ୍ରସ୍ତୁତି ଚାଲିଛି। ଏହି ମ୍ୟାଚକୁ ନେଇ ଆମକୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ । ଏହି ଜିନିଷକୁ ବହୁତ ଧ୍ୟାନ ଏବଂ ସମୟ ଦିଆଯାଇଛି ଏବଂ ଆମକୁ ଏଥିରେ ଲାଗି ରହିବାକୁ ପଡିବ ।

Get real time updates directly on you device, subscribe now.