fbpx

ସର୍ଭେରୁ ଖୁଲାସା: UPI ସର୍ଭିସ ଉପରେ ଚାର୍ଜ ଲାଗୁ ହେଲେ ୭୫% ଲୋକ ବନ୍ଦ କରିଦେବେ ବ୍ୟବହାର

ନୂଆଦିଲ୍ଲୀ: ୟୁପିଆଇ ସେବାରେ ଯଦି କୌଣସି ପ୍ରକାର ନେଣଦେଣ ଶୁଳ୍କ ଲାଗୁ ହୁଏ ତେବେ ୭୫ ପ୍ରତିଶତ ୟୁଜର ଏହାର ଉପଯୋଗ ବନ୍ଦ କରିଦେବେ। ‘ଲୋକାଲ ସର୍କଲସ୍’ର ରବିବାର ଜାରି ଏକ ସର୍ଭେକ୍ଷଣରୁ ଏହି ନିଷ୍କର୍ସ ବାହାରିଛି। ସର୍ଭେକ୍ଷଣ ଅନୁସାରେ ୩୮ ପ୍ରତିଶତ ୟୁଜର ସେମାନଙ୍କ ୫୦ ପ୍ରତିଶତ ପୈଠ ଡେବିଟ, କ୍ରେଡିଟ କାର୍ଡ ଓ କୌଣସି ଅନ୍ୟ ଡିଜିଟାଲ ମାଧ୍ୟମ ବଦଳେ ୟୁପିଆଇ ଦ୍ୱାରା କରିଥାନ୍ତି।

ସର୍ଭେରୁ କେବଳ ୨୨ ପ୍ରତିଶତ ୟୁଜର ନେଣଦେଣରେ ଶୁଳ୍କ ବୋଝ ଉଠାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଏହି ସର୍ଭେକ୍ଷଣ ୩ ବ୍ୟାପକ କ୍ଷେତ୍ରରେ କରାଯାଇଛି। ଏଥିରେ ୩୦୮ ଜିଲ୍ଲାରେ ୪୨ ହଜାର ପ୍ରତିକ୍ରିୟା ନିଆଯାଇଛି। ତେବେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସଂଖ୍ୟା ଅଲଗା ଅଲଗା ଥିଲା। ୟୁପିଆଇରେ ନେଣଦେଣ ଶୁଳ୍କ ସମ୍ବଦ୍ଧିତ ୧୫ ହଜାର ୫୯୮ଟି ପ୍ରତିକ୍ରିୟା ମିଳିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ୨୦୨୩-୨୪ରେ ଏହାର ପିଛିଲା ଆର୍ଥିକ ବର୍ଷର ନେଣଦେଣ ମାତ୍ରାରେ ୫୭ ପ୍ରତିଶତ ଓ ମୂଲ୍ୟରେ ୪୪ ପ୍ରତିଶତ ବୃଦ୍ଧି ରେକର୍ଡ କରିଛନ୍ତି।

ପ୍ରଥମଥର କୌଣସି ଆର୍ଥିକ ବର୍ଷରେ ୟୁପିଆଇ ନେଣଦେଣ ୧୦୦ ବିଲିୟନକୁ ପାର କରିଛି। ୨୦୨୩-୨୪ରେ ଏହା ୧୩୧ ବିଲିୟନ ହୋଇଛି, ଏହା ପୂର୍ବବର୍ଷ ଅର୍ଥାତ ୨୦୨୨-୨୩ରେ ଏହା ୮୪ ବିଲିୟନ ଥିଲା। ରିପୋର୍ଟରେ କୁହାଯାଇଛି ଯେ ମୂଲ୍ୟ ଦୃଷ୍ଟିରୁ ଏହା ୧,୩୯,୧୦୦ ବିଲିୟନ ଟଙ୍କାରୁ ବଢି ୧,୯୯.୮୯୦ ବିଲିୟନ ଟଙ୍କାକୁ ପହଞ୍ଚିଛି। ସର୍ଭେ ଅନୁସାରେ ୩୭ ପ୍ରତିଶତ ଉତ୍ତରଦାତା ମୂଲ୍ୟ ଦୃଷ୍ଟିରୁ ସେମାନଙ୍କ ମୋଟ ପୈଠର ୫୦ ପ୍ରତିଶତରୁ ଅଧିକ ଲାଗି ୟୁପିଆଇ ନେଣଦେଣ ଆକାଉଣ୍ଟକୁ ବ୍ୟବହାର କରିଛନ୍ତି।

ସର୍ଭେକ୍ଷଣ ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଯେ ୧୦ରୁ ୪ ଜଣ ଉପଭୋକ୍ତାଙ୍କ ଲାଗି ୟୁପିଆଇ ଏବେ ଅପରିହାର୍ଯ୍ୟ ହୋଇପଡିଛି। ଏଣୁ ୟୁପିଆଇ ନେଣଦେଣ ନିମନ୍ତେ କୌଣସି ପ୍ରକାର ପ୍ରତ୍ୟକ୍ଷ ଅଥବା ଅପ୍ରତକ୍ଷ ଶୁଳ୍କ ଲାଗୁକୁ ବିରୋଧ କରାଯାଉଛି। ଲୋକାଲ ସର୍କଲ ଏହି ସର୍ଭେକ୍ଷଣର ନିଷ୍କର୍ସକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଗକୁ ବଢାଇବେ। ଯହାଦ୍ୱାରା କୌଣସି ପ୍ରକାର ଏମଡିଆର ଶୁଳ୍କ ଲାଗୁ ପୂର୍ବରୁ ୟୁପିଆଇ ଉପଯୋଗକର୍ତ୍ତାଙ୍କୁ ଧ୍ୟାନରେ ରଖାଯାଇ ପାରିବ। ଏହି ସର୍ଭେ ଜୁଲାଇ ୧୫ରୁ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ଅନଲାଇନରେ ଅନୁଷ୍ଠିତ ହୋଇଥିଲା।

Get real time updates directly on you device, subscribe now.