fbpx

ଭିନେଶ ଖୋଲିଦେଲେ ପୋଲ, ରୌପ୍ୟ ପାଇବେ କି ନାହିଁ ଆଜି ରାତି ହେବ ଅନ୍ତିମ ଫଇସଲା

ଓଡିଶା ଭାସ୍କର: ଖେଳ ପଞ୍ଚାୟତ ନ୍ୟାୟାଳୟ ଆଜି ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ଯାଚିକା ଉପରେ ଅନ୍ତିମ ଫଇସଲା ଶୁଣାଇବେ । ନିଜର ଅପିଲରେ ଭିନେଶ ସଂଯୁକ୍ତ ରଜତ ପଦକର ଦାବି କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ନିଜ ବର୍ଗରେ ସେମିଫାଇନାଲ ପରେ ଅଧିକ ଓଜନ ପାଇବାରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା ।

ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ପରେ ଭିନେଶ ଫୋଗଟଙ୍କ ଅଦାଲତ ଶୁଣାଣିରେ ବରିଷ୍ଠ ଅଧିବକ୍ତା ହରିସ ସାବ୍ଲେ ଖେଳ ପଞ୍ଚାୟତ ନ୍ୟାୟାଳୟର ପ୍ରତିନିଧିତ୍ୱ କରିବା ପାଇଁ ସହମତି ବ୍ୟକ୍ତ କରିଥିଲେ । ଏହି ମାମଲାରେ ଖେଳ ପଞ୍ଚାୟତ ନ୍ୟାୟାଳୟରେ ଶୁଣାଣି ସମ୍ପୂର୍ଣ୍ଣ ହୋଇ ସାରିଛି ଓ ଏହାର ଅନ୍ତିମ ନିର୍ଣ୍ଣୟ ଭାରତୀୟ ସମୟ ରାତି ୯ ଟାରେ ଜଣା ପଡିବ । ଆଜି ସୁନାଝିଅ ରୂପା ପାଇବେ ନା ନାହିଁ ତାହା ଜଣା ଲପଡିଯିବ ।

ସେପଟେ ଆପର ବରିଷ୍ଠ ନେତା ମନୀଶ ସିସୋଦିୟା ଶୁକ୍ରବାର ଜେଲରୁ ବାହାରିବା ପରେ ବିଜେପି ଉପରେ ବର୍ଷିଛନ୍ତି ଭିନେଶଙ୍କ ମାମଲାକୁ ନେଇ । ସେ କହିଛନ୍ତି ଯେ, ଭିନେଶ ନେତାଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ ଓ ସାରା ଭାରତ ଦେଖିଲା ତାହାର ପରିଣାମ କ’ଣ ହେଲା ବା କେତେ ଭୟଙ୍କର ସାବ୍ୟସ୍ତ ହେଲା । ସେହିଭଳି ଭିନେଶ ଫୋଗଟ ନିଷ୍କାସନ ପରେ ତତ୍କାଳ ଅନ୍ତରୀଣ ଉପାୟ ପାଇଁ ଅନୁରୋଧ କରି ନଥିବା କହିଛି ସିଏସଏସ ।

Get real time updates directly on you device, subscribe now.