fbpx

ଭାଗ୍ୟ ଉପରେ ବିଶ୍ୱାସ ନଥିଲେ ନିଶ୍ଚୟ ଦେଖନ୍ତୁ ଏହି ଭିଡିଓ…. ଅତି ନିକଟରୁ ଅତିକ୍ରମ କଲା ମୃତ୍ୟୁ ! ଆନନ୍ଦ ମହିନ୍ଦ୍ରା ସେୟାର କରିଛନ୍ତି

ନୂଆଦିଲ୍ଲୀ : ଦୁନିଆରେ ଦୁଇ ପ୍ରକାରର ଲୋକଥାଆନ୍ତି । ଗୋଟିଏ ହେଉଛି ଯେଉଁମାନେ ନିଜ ପରିଶ୍ରମ ଉପରେ ବିଶ୍ୱାସ କରନ୍ତି, ଭାଗ୍ୟରେ ବିଶ୍ୱାସ ରଖନ୍ତ ନାହିଁ ଏବଂ ଅନ୍ୟମାନେ ହେଉଛନ୍ତି ଭାଗ୍ୟ ଉପରେ ବିଶ୍ୱାସ କରନ୍ତି, ସେହି ଅନୁଯାୟୀ କାର୍ଯ୍ୟ ମଧ୍ୟ କରନ୍ତି । କିନ୍ତୁ କିଛି ଲୋକ ଉଭୟ ଭାଗ୍ୟ ଏବଂ ପରିଶ୍ରମକୁ ବିଶ୍ୱାସ କରନ୍ତି । ଭାଗ୍ୟ ଭଳି କୌଣସି ଜିନିଷ ନାହିଁ ବୋଲି ଏମାନେ କେବେବି ସଂପୂର୍ଣ୍ଣ ଭାବରେ ଅବିଶ୍ୱାସ କରନ୍ତି ନାହିଁ । ଯଦି ଆପଣ ମଧ୍ୟ ଏହିପରି ଅଟନ୍ତି, ତେବେ ନିଶ୍ଚିତ ଭାବରେ ଏହି ଭିଡିଓ ଦେଖିବା ଉଚିତ୍, ଯାହା ଦେଖିବା ପରେ ଆପଣ ନିଶ୍ଚିତ ହେବେ ଯେ, ଯେତେବେଳ କର୍ମ ଓ ଭାଗ୍ୟ ମଣିଷ ସାଥିରେ ଥାଏ ସେତେବେଳେ ଜୀବନ ବଦଳିଯାଏ ।

ପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏଭଳି ଏକ ଭିଡିଓ ସେୟାର କରଛନ୍ତି । ମାନବ ଭାଗ୍ୟର ଏକ ଅନନ୍ୟ ଦୃଶ୍ୟ ଦେଖାଯାଉଥିବା ଭିଡିଓ ସେୟାର କରି ମହିନ୍ଦ୍ରା ଲେଖିଛନ୍ତି- “ଯଦି ତୁମେ କର୍ମ କିମ୍ବା ଭାଗ୍ୟରେ ବିଶ୍ୱାସ ତେବେ ଏହି ଭିଡିଓ ଆପଣଙ୍କୁ ପୁନର୍ବାର ଚିନ୍ତା କରିବାକୁ ବାଧ୍ୟ କରିବ!”

ଏହି ଭାଇରାଲ୍ ଭିଡିଓ ହେଉଛି ଏକ ସିସିଟିଭି ଫୁଟେଜ୍ ଯେଉଁଥିରେ ଜଣେ ବାଳକ ଫୁଟପାଥରେ ଠିଆ ହୋଇଥିବା ନଜର ଆସିଛନ୍ତି। ସେ ଫୁଟପାଥରେ ଠିଆ ହୋଇ ବୋଧେ କାହାକୁ ଅପେକ୍ଷା କରିଛନ୍ତି କିମ୍ବା ବହୁତ ବିରକ୍ତ ହେଉଛନ୍ତି । ଜୋତା ସହିତ କିଛି ମାରିବା ପରେ ସେ ନିଜ ସ୍ଥାନରୁ ଦୂରେଇ ଯାଆନ୍ତି ଯେତେବେଳେ ଏକ ହାଇ ସ୍ପିଡ୍ କାର ଆସି ସେଠାରେ ଥିବା ପୋଲ ସହିତ ଧକ୍କା ହୁଏ । ଏହି ଦୁର୍ଘଟଣା ପରେ ଦେଖିବାକୁ ମିଳିଛି ଯେ କାରଟି ଅଳ୍ପ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ ପିଲାଟି ସମ୍ପୂର୍ଣ୍ଣ ଭାବରେ ବର୍ତ୍ତି ଯାଇଛି । ଯଦି ପିଲାଟା ସେଠାରେ ଥାଆନ୍ତା ନିଶ୍ଚିତ ଭାବରେ ଗୁରୁତର ଆହତ ହୋଇଥାନ୍ତା ନହେଲେ ଜୀବନ ଚାଲି ଯାଇଥାନ୍ତା । ନିଶ୍ଚିତ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛି ପିଲାଟା ।

ଏହି ଭାଇରାଲ୍ ଭିଡିଓରେ ୯ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି ଯେ ଏହା ଦେଖିବା ପରେ ନିଶ୍ଚିତ ଭାବରେ କର୍ମ ଏବଂ ଭାଗ୍ୟ ଉପରେ ବିଶ୍ୱାସ କରିବା ଆରମ୍ଭ କରିବେ ।

Get real time updates directly on you device, subscribe now.