fbpx

କ୍ୟାଟ୍ରିନାଙ୍କ ଠାରୁ ଭଲ ଝିଅ ମିଳିଲେ ଛାଡପତ୍ର ହେବ ? ଏଭଳି ରିଆକ୍ସନ୍ ଦେଇଥିଲେ ଭିକ୍କି

ମୁମ୍ବାଇ : ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜାରା ହାଟ କେ ଜାରା ବାଚ କେ’ ଟ୍ରେଲର ଗତକାଲି ରିଲିଜ୍ ହୋଇଛି। ଏହି ଟ୍ରେଲରୁ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳୁଛି । ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଦୁହେଁ ନଜର ଆସିଥିଲେ । ଏଥି ସହିତ ସାରା ଏବଂ ବିକି ଗଣମାଧ୍ୟମ ସହିତ କଥାବାର୍ତ୍ତା କରିଥିଲେ। ଏହି ସମୟରେ କେହି ଜଣେ ବିକିଙ୍କୁ ତାଙ୍କ ପତ୍ନୀ କ୍ୟାଟ୍ରିନାଙ୍କ ବିଷୟରେ ଏପରି ପ୍ରଶ୍ନ ପଚାରିଥିଲେ ଯେ ଯାହାକୁ ଶୁଣିଲା ପରେ ସାରା ହସିଥିଲେ, ତାଙ୍କ ହସ କଣ୍ଟ୍ରୋଲ ହୋଇନଥିଲା ।

ବିକି ଏବଂ ସାରାଙ୍କ ଏହି ଚଳଚ୍ଚିତ୍ରରେ ଦୁହେଁ ଇନ୍ଦୋରରେ ରହୁଥିବା ମଧ୍ୟବିତ୍ତ ଦମ୍ପତି । ବିବାହ ଏବଂ ଛାଡପତ୍ର କାହାଣୀକୁ ନେଇ ଫିଲ୍ମ ଗତିଶୀଳ । ଏଭଳି ପରିସ୍ଥିତିରେ ଜଣେ ସାମ୍ବାଦିକ ବିକି କୌଶଲଙ୍କୁ ପଚାରିଥିଲେ, ‘ ଯଦି ଆପଣଙ୍କୁ କ୍ୟାଟ୍ରିନ୍ ଠାରୁ ଭଲ ଝିଅ ମିଳିନ୍ତି ତେବେ ତାଙ୍କୁ ଛାଡପତ୍ର ଦେଇ ଦ୍ୱିତୀୟ ବିବାହ କରିବେ କି ? ଏହି ପ୍ରଶ୍ନ ଶୁଣିବା ପରେ ସାଲା ଅଲି ଖାନ୍ ଜୋରରେ ହସିଲେ, ତାଙ୍କ ହସ କଣ୍ଟ୍ରୋଲ ହୋଇନଥିଲା । ଭିକ୍କିମ ମଧ୍ୟ କିଛି ଉତ୍ତରରେ ଦେବା ପୂର୍ବରୁ ଆଶ୍ଚର‌୍ୟ୍ୟଜନକ ଅନେଇ ଥିଲେ ।

ଏଭଳି ପ୍ରଶ୍ନର ଉତ୍ତରକୁ ଏଡାଇବାକୁ ଯାଇ ଭିକ୍କି ଅତ୍ୟନ୍ତ ମଜାଳିଆ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ମୋତେ ଆଜି ସନ୍ଧ୍ୟାରେ ମଧ୍ୟ ଘରକୁ ଯିବାକୁ ପଡିବ। କେମିତି ପ୍ରଶ୍ନ ପଚାରୁଛନ୍ତି? ମୁଁ ଏକ ଛୋଟପିଲା, ମୋତେ ବଡ ହେବାକୁ ଦିଅ । ତା’ପରେ ଜନ୍ମ ଜନ୍ମ ପାଇଁ ବୋଲି କହିଥିଲେ ।

କ୍ୟାଟ୍ରିନାଙ୍କ ବିଷୟରେ ଭିକି କୌଶଲଙ୍କ ଏହି ଉତ୍ତର ପ୍ରଶଂସକଙ୍କ ହୃଦୟ ଜିତିଥିଲା। ଏହି ପ୍ରଶ୍ନ ପଚାରୁଥିବା ମିଡିଆ ବ୍ୟକ୍ତି ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହେଉଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ବିକି ଏବଂ କ୍ୟାଟ୍ରିନା ବି-ଟାଉନର ପ୍ରସିଦ୍ଧ ଦମ୍ପତି । ଉଭୟ ଡିସେମ୍ବର ୨୦୨୧ ରେ ବିବାହ କରିଥିଲେ। ଉଭୟଙ୍କ ସୁନ୍ଦର ଯୋଡି ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା । ଅନ୍ୟପକ୍ଷରେ, ଯଦି ଆମେ ବିକି ଏବଂ ସାରାଙ୍କ ଏହି ଫିଲ୍ମ ବିଷୟରେ କଥା ହେବା, ତେବେ ଏହା ଉଭୟଙ୍କ ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉଟେକର। ମ୍ୟାଡକ୍ ଫିଲ୍ମସ୍ ଏବଂ ଜିଓ ଷ୍ଟୁଡିଓ ଦ୍ୱାରା ନିର୍ମିତ ଏହା ଜୁନ୍ ୨, ୨୦୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Get real time updates directly on you device, subscribe now.