fbpx

ଏହି ମନ୍ଦିରକୁ ଗଲେ ଭକ୍ତ ହୋଇଯାଏ କୋଟିପତି: ପ୍ରସାଦ ବଦଳରେ ମିଳିବ ଟଙ୍କା ସୁନା ଅଳଙ୍କାର

ନୂଆଦିଲ୍ଲୀ: ମନ୍ଦିର ଏମିତି ଏକ ପବିତ୍ର ସ୍ଥାନ ଯେଉଁଠିକୁ ଭକ୍ତମାନେ ଭଗବାନଙ୍କୁ ପ୍ରାର୍ଥନା କରିବା ସହ ଭଗବାନଙ୍କର ପ୍ରସାଦ ପାଇ ଆତମତୃପ୍ତି କରିଥାଆନ୍ତି । ପ୍ରତ୍ୟକ ମନ୍ଦିରରେ ହିଁ ଭୋଗ ଅକାରରେ ପ୍ରସାଦ ମିଳିଥାଏ, ଦେବତାଙ୍କୁ ନେଇ ଭିନ୍ନ ଭିନ୍ନ ଭୋଗ ଲାଗି କରାଯାଏ । ଯାହାକୁ ଭକ୍ତମାନେ ପ୍ରସାଦ ଅକାରରେ ଗ୍ରହଣ ମଧ୍ୟ କରିଥାଆନ୍ତି । ହେଲେ ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଅକାରରେ ଭୋଗ ନୁହେଁ ବରଂ ଟଙ୍କା ସୁନା ଅଳଙ୍କାର ପ୍ରଦାନ କରାଯାଏ ।

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଅଛି ମା’ ଲକ୍ଷ୍ମୀଙ୍କର ଏକ ଭବ୍ୟ ମନ୍ଦିର । ଏହି ମନ୍ଦିର ନିଜର ଅଲୌକିକ ଶକ୍ତି ଏବଂ ପ୍ରଥା ପାଇଁ ପ୍ରସିନ୍ଧ । ଏହି ମନ୍ଦିରରେ ସ୍ୱୟଂ ମା’ ଲକ୍ଷ୍ମୀ ବାସ କରୁଛନ୍ତି ବୋଲି ବିଶ୍ୱାସ କରାଯାଏ । ଏହି ମନ୍ଦିରର ଉତ୍ସବ ସମୟରେ ମନ୍ଦିରକୁ ଫୁଲରେ ନୁହେଁ ବରଂ ଟଙ୍କା ଓ ସୁନାଗହଣାରେ ସଜା ଯାଏ । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି, ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଆକାରରେ ବିଭିନ୍ନ ପ୍ରକାରର ସୁନା, ଗହଣା ଦିଆଯାଇଥାଏ । ତେବେ ଏଠାରୁ ପ୍ରସାଦ ଆକାରରେ ପାଇଥିବା ଅଳଙ୍କାରକୁ ମଧ୍ୟ ଲୋକେ ବ୍ୟବହାର ନକରି ଘରେ ସାଇତି ରଖିଥାନ୍ତି । ଘରେ ଏହାକୁ ରଖିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବିଶେଷ କରି ଦୀପାବଳି, ଧନତେରାସରେ ଏଠାରେ ପାଞ୍ଚଦିନ ଧରି ଉତ୍ସବ ପାଳନ କରାଯାଇଥାଏ । ଏହି ଦିନମାନଙ୍କରେ ମା’ଙ୍କ ମନ୍ଦିରକୁ ଫୁଲରେ ନ ସଜେଇ ଭକ୍ତମାନେ ଦାନ କରିଥିବା ବିଭିନ୍ନ ଟଙ୍କା ଓ ସୁନାଗହଣାରେ ସଜା ଯାଇଥାଏ । ଏଥିସହ ଏହି ଦିନମାନଙ୍କରେ ମନ୍ଦିରରେ କୁବେର ଦରବାର ବୋଲି ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥାଏ ।

ମା ମହାଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ପ୍ରସାଦ ଆକାରରେ ବିଭିନ୍ନ ପ୍ରକାରର ସୁନାଗହଣା ଓ ଅଳଙ୍କାରମାନ ପ୍ରଦାନ କରାଯାଇଥାଏ । ପୂର୍ବରୁ ରାଜ୍ୟର ଉନ୍ନତି ପାଇଁ ରାଜା ମନ୍ଦିରକୁ ବିଭିନ୍ନ ପ୍ରକାର ଅଳଙ୍କାର ଓ ସୁନାଗହଣା ଆଦି ଦାନ କରୁଥିଲେ । ଯାହା ବର୍ତ୍ତମାନ ସେହି ଅଞ୍ଚଳର ସାଧାରଣ ଲୋକ କରୁଛନ୍ତି । ଦୀପାବଳୀ ଦିନ ମା’ଙ୍କ ମନ୍ଦିର ଭକ୍ତମାନଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିଥାଏ ।

Get real time updates directly on you device, subscribe now.