fbpx

(Video) କୁଆଡ଼େ ଗଲେ ‘ମାନ୍ୟବର’? ଆଜି ଜନ୍ମାଷ୍ଟମୀ, କିନ୍ତୁ ଆଶ୍ରମରେ ନାହାନ୍ତି ବାବା ସାରଥୀ

କେନ୍ଦ୍ରାପଡ଼ା: ଦିନେ ଘଣ୍ଟ-ଘଣ୍ଟା ଭଜନ କୀର୍ତ୍ତନରେ କମ୍ପି ଉଠୁଥିଲା ବାବା ସାରଥୀଙ୍କ ବାରିମୂଳ ଆଶ୍ରମ । କିନ୍ତୁ ଆଜି ଏହି ଆଶ୍ରମ ଖାଁ ଖାଁ ମନେ ହେଉଛି । ଦିନେ ଯେଉଁଠି ଧୂମଧାମରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ପବିତ୍ର ଜନ୍ମାଷ୍ଟମୀ ପାଳନ କରାଯାଉଥିଲା, ଆଜି ସେଠି ପୂଜା ଟିକିଏ ବି କରିବା ଅସମ୍ଭବ ହୋଇ ପଡ଼ୁଛି । କିଛି ବର୍ଷ ତଳେ ବାବା ସାରଥୀଙ୍କୁ ପୂଜା କରିବା ପାଇଁ ଏହି ଆଶ୍ରମରେ ଶହ ଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଥିଲା । କିନ୍ତୁ ଚଳିତବର୍ଷ ନା ଅଛି ପୂଜା ନା ହେଉଛି ଭଜନ-ଜଣାଣ । ଏବେ ପର୍ଯ୍ୟନ୍ତ ଆଶ୍ରମରେ ଶୂନଶାନ ପରିସ୍ଥିତି ଦେଖାଯାଇଛି ।

ସନ୍ତୋଷ ରାଉଳ ଔରଫ ସାରଥୀ ବାବା ଏଠାରେ ନିଜର ପ୍ରବଚନ ଦେଉଥିଲେ । କିନ୍ତୁ ବିଭିନ୍ନ ଅନୈତିକ ତଥା ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେଇ ଗିରଫ ହେବା ପରଠାରୁ ତାଙ୍କର ଏହି ଆଶ୍ରମକୁ ସିଜ୍ କରିଛି ପୋଲିସ । ଏଠାରେ କୌଣସି ଆନୁଷ୍ଠାନିକ କାର୍ଯ୍ୟକ୍ରମ କରିବା ନେଇ ରୋକ ଲଗାଯାଇଛି । ତେବେ ସାରଥୀଙ୍କ ଉପସ୍ଥିତିରେ ଏଠାରେ ସବୁଠୁ ବଡ଼ ପର୍ବ ଭାବରେ ପାଳନ ହେଉଥିଲା ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ । ଆଉ ଆଜି ହେଉଛି ସେହି ପବିତ୍ର ଜନ୍ମାଷ୍ଟମୀ, କିନ୍ତୁ ଆଶ୍ରମରେ ପାଳନ ହେଉଛି ଏହି ପର୍ବ । ଆଉ ଏହି ଆଶ୍ରମରେ ସାରଥୀ ବାବା ମଧ୍ୟ ନାହାନ୍ତି । ତେଣୁ ଏଠାରେ ଜନ୍ମାଷ୍ଟମୀ ପାଳନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ମଧ୍ୟ ଦେଖା ଯାଉନାହିଁ । ବାବା ଥିବା ପର୍ଯ୍ୟନ୍ତ ଜନ୍ମାଷ୍ଟମୀରେ ଏଠାରେ ଅନେକ କାର୍ଯ୍ୟକ୍ରମର ଆୟୋଜନ ହେଉଥିଲା । ଆଶ୍ରମକୁ ସଜାଇ ଜନ୍ମାଷ୍ଟମୀ ପାଳନ କରୁଥିଲେ ସାରଥୀଙ୍କ ଭକ୍ତ । କିନ୍ତୁ ଆଜି ଏହି ଆଶ୍ରମ ସମ୍ପୂର୍ଣ୍ଣ ଶୂନଶାନ ହୋଇ ରହିଛି ।

Get real time updates directly on you device, subscribe now.