ନୂଆଦିଲ୍ଲୀ: ଦିନ କେଇଟା ପରେ ଆରମ୍ଭ ହୋଇଯିବ ନୂଆବର୍ଷ ।୨୦୨୩କୁ ବିଦାୟ ଦେଇ ସାରା ବିଶ୍ୱ ୨୦୨୪ ମସିହାକୁ ସ୍ୱାଗତ ଜଣାଇବ । ତେବେ ଜାନୁୟାରୀ ମାସ ଆରମ୍ଭ ହେବା ପୂର୍ବରୁ ଜାଣି ନିଅନ୍ତୁ ବ୍ୟାଙ୍କର ଛୁଟି ତାଲିକା । ବ୍ୟାଙ୍କରେ କିଛି କାମ ଥିଲେ ଏହାକୁ ଜାନୁୟାରୀ ମାସ ପୂର୍ବରୁ ହିଁ ଶେଷ କରି ଦିଅନ୍ତୁ । ବ୍ରାଞ୍ଚକୁ ଯିବା ପୂର୍ବରୁ ଜାଣି ରଖନ୍ତୁ ଯେ ଜାନୁୟାରୀ ମାସରେ ପ୍ରାୟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ତରଫରୁ ନୂଆବର୍ଷ ପୂର୍ବରୁ ହିଁ ବ୍ୟାଙ୍କର ଛୁଟି ତାଲିକା ଘୋଷଣା ହୋଇଯାଇଛି ।
ରିଜର୍ଭ ବ୍ୟାଙ୍କ ତରଫରୁ କୁହାଯାଇଛି ଯେ, ଜାନୁୟାରୀ ମାସରେ ୧୪ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ରହିବ । ଏଥିରେ ଜାନୁୟାରୀ ୧ ତାରିଖରୁ ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଛୁଟି ସାମିଲ ରହିଛି । ଏହାବ୍ୟତୀତ ରବିବାର ଏବଂ ଶନିବାର ଛୁଟି ଗୁଡ଼ିକ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ସେହିପରି ବିଭିନ୍ନ ରାଜ୍ୟର କିଛି ସ୍ୱତନ୍ତ୍ର ଛୁଟି ଏହି ତାଲିକାରେ ସାମିଲ କରିଛି ରିଜର୍ଭ ବ୍ୟାଙ୍କ ।
ଜାନୁୟାରୀ ୧: ନବବର୍ଷ ପାଇଁ ଆଇଜୋଲ, ଚେନ୍ନାଇ, ଗ୍ୟାଙ୍ଗଟୋକ, ଇଫାଲ, ଇଟାନଗର, କୋହିମା ଏବଂ ଶିଲଙ୍ଗ ଆଦି ବ୍ୟାଙ୍କ ବନ୍ଦ ରହିବ ।
ଜାନୁୟାରୀ ୭: ରବିବାର
ଜାନୁୟାରୀ ୧୧: ମିଶନରୀ ଦିବସ ଦିନ ଆଇଜୋଲରେ ବନ୍ଦ ରହିବ ବ୍ୟାଙ୍କ ।
ଜାନୁୟାରୀ ୧୩: ଦ୍ୱିତୀୟ ଶନିବାର
ଜାନୁୟାରୀ ୧୪: ରବିବାର
ଜାନୁୟାରୀ ୧୫: ପୋଙ୍ଗଲ/ତିରୁବଲ୍ଲୁବର ଦିବସ, ମକର ସଂକ୍ରାନ୍ତି, ମାଘ ବିହୁ ଯୋଗୁଁ ବେଙ୍ଗଲୁରୁ, ଚେନ୍ନାଇ, ଗାଙ୍ଗଟୋକ, ଗୌହାଟୀ ଏବଂ ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ ।
ଜାନୁୟାରୀ ୧୬: ତିରୁବଲ୍ଲୁବର ଦିବସ ପାଇଁ ଚେନ୍ନାଇରେ ବ୍ୟାଙ୍କ ବନ୍ଦ ରହିବ
ଜାନୁୟାରୀ ୧୭: Uzhavar Thirunal ଯୋଗୁଁ ଚେନ୍ନାଇର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
ଜାନୁୟାରୀ ୨୧: ରବିବାର
ଜାନୁୟାରୀ ୨୩: ଗାନ-ନଗାଇ ପାଇଁ ଇମ୍ଫାଲରେ ବ୍ୟାଙ୍କ ବନ୍ଦ ରହିବ ।
ଜାନୁୟାରୀ ୨୫: ଥାଇ ପୋଶମ, ହଜରତ ମହମ୍ମଦ ଅଲୀଙ୍କ ଜନ୍ମଦିନ ଉଲକ୍ଷେ ଚେନ୍ନାଇ, କାନପୁର ଓ ଲକ୍ଷେ୍ନøରେ ବ୍ୟାଙ୍କ ବନ୍ଦ ।
ଜାନୁୟାରୀ ୨୬: ସାଧାରଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
ଜାନୁୟାରୀ ୨୭: ମାସର ଶେଷ ଶନିବାର
ଜାନୁୟାରୀ ୨୮: ରବିବାର