fbpx

ଚାକିରି ଛାଡନି ଦରମା ଲକ୍ଷେ ବଢାଇ ଦେବୁ ! ଏହି ଏୟାରଲାଇନ୍ସ କମ୍ପାନୀ ଦେଉଛି ଏମିତି ଅଫର

ନୂଆଦିଲ୍ଲୀ : ଦେବାଳିଆ ଅବସ୍ଥାରେ ଠିଆ ହୋଇଥିବା ସ୍ୱଳ୍ପ ମୂଲ୍ୟର ବିମାନ କମ୍ପାନୀ ଗୋ-ଫାଷ୍ଟ ର ସମସ୍ୟା ଏବେ ଆହୁରି ବଢିଯାଇଛି । ଏବେ ଏହି କମ୍ପାନୀର ପାଇଲଟ ମାନେ ଚାକିରି ଛାଡିବାରେ ଲାଗିଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କୁ ଅଟକାଇବା ପାଇଁ କମ୍ପାନୀ ପାଇଲଟଙ୍କ ବମ୍ପର ଅଫର ଦେଇଛି । ଦରମାକୁ ୧ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି। କିଛି ଅଧିକାରୀଙ୍କ ବେତନକୁ ମାସକୁ ୫୦,୦୦୦ ବୃଦ୍ଧି କରିବାର ଯୋଜନା ରହିଛି। ବର୍ତ୍ତମାନ ଏହି ବିମାନ କମ୍ପାନୀରେ ପାଇଲଟଙ୍କ ମାସିକ ହାରାହାରି ଦରମା ୫.୩ ଲକ୍ଷ ଟଙ୍କା ।

ରିପୋର୍ଟ ଅନୁଯାୟୀ କମ୍ପାନୀର ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ପାଇଲଟମାନେ ଅନ୍ୟ ବିମାନ ସେବାରେ ଚାକିରି ଖୋଜୁଛନ୍ତି । ଏହା ପରେ ଗୋ ଏୟାରଲାଇନ୍ସ ଇଣ୍ଡିଆ ଲିମିଟେଡ୍ ଏହାର ପାଇଲଟଙ୍କ ଦରମା ୧,୦୦,୦୦୦ ଏବଂ ଅନ୍ୟ କିଛି ଅଧିକାରୀଙ୍କ ଦରମାକୁ ୫୦,୦୦୦ ଟଙ୍କା ବୃଦ୍ଧି କରିବାକୁ ଯୋଜନା କରୁଛି ।

ଜୁନ୍ ୧ ରୁ ବର୍ଦ୍ଧିତ ଦରମା ଲାଗୁ ହେବ ଏବଂ ଏଥିରେ ସମସ୍ତ ପାଇଲଟ୍ ଏବଂ ପ୍ରଥମ ଅଧିକାରୀ ଅନ୍ତର୍ଭୁକ୍ତ ହେବେ ଯେଉଁମାନେ ମେ ୩୧ ପର୍ଯ୍ୟନ୍ତ କମ୍ପାନୀରେ କାର୍ଯ୍ୟ କରିଛନ୍ତି । ଆଉ କର୍ମଚାରୀମାନେ ଇସ୍ତଫା ଦେଇସାରିଛନ୍ତି କିନ୍ତୁ ଜୁନ୍ ୧୫ ସୁଦ୍ଧା ତାହାକୁ ପ୍ରତ୍ୟାହାର କରି ନିଅନ୍ତି ସେମାନେ ମଧ୍ୟ ଏହି ଧାରାରେ ସାମିଲ ହେବେ ।

Get real time updates directly on you device, subscribe now.