ଆପଣ ରାସ୍ତା କଡ଼ରେ ଅଳିଆ ଫିଙ୍ଗୁଛନ୍ତି କି, ସତର୍କ ହୋଇଯାଆନ୍ତୁ, ଏବେ ଗଣିବାକୁ ପଡ଼ିବ ଜୋରିମାନା

ରାସ୍ତା କଡ଼ରେ ଅଳିଆ ଫିଙ୍ଗିଲେ ଦେବାକୁ ପଡ଼ିବ ଜୋରିମାନା।

କଟକ: ଆପଣଙ୍କର ରାସ୍ତାରେ ଅଳିଆ ଫୋପାଡିବାର ଆଦତ ଅଛି କି? ତାହାଲେ ହୋଇଯାଆନ୍ତୁ ସାବଧାନ। ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଗଣିବେ ମୋଟା ଅଙ୍କର ଟଙ୍କା। ରାସ୍ତାରେ ଅଳିଆ ଫୋପାଡ଼ିଲେ ଦେବେ ଜୋରିମାନା।

ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏଭଳି କଠୋର ବ୍ୟବସ୍ଥା ଆପଣାଇବାକୁ ଯାଉଛି କଟକ ମହାନଗର ନିଗମ। ଘରୋଇ ଲୋକେ ରାସ୍ତାରେ ଅଳିଆ ଫିଙ୍ଗିଲେ ୧୦୦ ଟଙ୍କା ଓ ବ୍ୟବସାୟୀମାନେ ରାସ୍ତାରେ ଫିଙ୍ଗିଲେ ୨୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

ଯଦି ଦେଖିବା ଏବେ ଘର ଘର ବୁଲି ସଫେଇ ଗାଡ଼ି ଲୋକଙ୍କୁ ସତର୍କ କରିବା ସହ ଘରର ଗେଟ୍ ପାଖରୁ ଅଳିଆ ସଂଗ୍ରହ କରୁଛି। ତଥାପି ଏ ଅମାନିଆ ଲୋକ ଅଳିଆ ସବୁକୁ ରାସ୍ତା ଘାଟରେ ଏଣେତେଣେ ଫୋପାଡ଼ି ଦେଉଛନ୍ତି। ଫଳରେ ପରିବେଶ ଅପରିଷ୍କାର ହେଉଛି।

ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ଘରୋଇ ମାଲିକ ଅଳିଆ ଫିଙ୍ଗିଲେ ତାଙ୍କଠାରୁ ୧୦୦ ଟଙ୍କା ଏବଂ ବ୍ୟବସାୟୀ ଅନୁଷ୍ଠାନଠାରୁ ୨୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। ଯାହାଫଳରେ ଜୋରିମାନା ଦେଲେ ଅମାନିଆ ଲୋକେ ବାଟକୁ ଆସିବେ।