fbpx

ଟ୍ରାଫିକ ନିୟମ ଭାଙ୍ଗିଲେ ବି ପୋଲିସ କାଟିପାରିବନି ଚାଲାଣ, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର): ଆପଣ ଯଦି କେବେ ଟ୍ରାଫିକ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିବେ ତେବେ ଜାଣିଥିବେ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅନେକ ସମୟରେ ଟ୍ରାଫିକ ପୋଲିସ ଆପଣଙ୍କ ଗାଡ଼ିର ଚାବି ଜୋରଜବରଦସ୍ତ ଛଡ଼ାଇ ନେଉଥିବାର ମଧ୍ୟ ପରିସ୍ଥିତି ସୃଷ୍ଟି ହୋଇଥାଏ ।

ଟ୍ରାଫିକ ପୋଲିସଙ୍କୁ କେବଳ ଇସାରା ମାଧ୍ୟମରେ ଜଣେ ଗାଡ଼ି ଚାଳକଙ୍କୁ ଅଟକାଇ ପାରିବାର କ୍ଷମତା ଦିଆଯାଇଛି । ରାତି ସମୟରେ ବିନା ବର୍ଦିରେ କୌଣସି ପୋଲିସ ଅଧିକାରୀ ଆପଣଙ୍କୁ ରାସ୍ତାରେ ଅଟକାଇ ପାରିବେ ନାହିଁ । ଦିନକ ମଧ୍ୟରେ ଜଣେ ଚାଳକଙ୍କ ଠାରୁ ପୋଲିସ ମାତ୍ର ଥରୁଟିଏ ଚାଲାଣ କାଟିପାରିବ ବୋଲି ନିୟମ ରହିଛି ।

ନିୟମ ଉଲ୍ଲଂଘନ କଲେ ପୋଲିସ ଅଟକାଇ ପାରିବ, ମାତ୍ର ଚାବି ନେଇ ପାରିବାର ଅଧିକାର ନାହିଁ । ଗାଡ଼ିଟି ଅବୈଧ ଢଙ୍ଗରେ ପଡ଼ିରହିଥିଲେ ବା ନା ପାର୍କିଂ ଜୋନରେ ରହିଥିଲେ ପୋଲିସ ଗାଡ଼ିକୁ ଅଟକ ରଖିପାରିବ । କନେଷ୍ଟବଳ କେବଳ ଗାଡ଼ିର ନମ୍ବର ନୋଟ କରିପାରିବେ, ସେ ଫାଇନ ଆଦାୟ କରିପାରିବେ ନାହିଁ । ହେଡ କନେଷ୍ଟବଳ ୧୦୦ ଟଙ୍କାରୁ ଅଧିକ ଫାଇନ କାଟିପାରିବେ ନାହିଁ । କେବଳ ଏସଆଇ, ଏଏସଆଇଙ୍କୁ ୧୦୦ ଟଙ୍କାରୁ ଅଧିକ ଫାଇନ ଆଦାୟ କରିବାର କ୍ଷମତା ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.