fbpx

ଶୀତ ଦିନେ ଶରୀରକୁ ଗରମ ରଖେ ଏହିସବୁ ଖାଦ୍ୟ ଜିନିଷ, ଜାଣନ୍ତୁ କଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଶୀତ ଦିନେ ଶରୀରକୁ ଗରମ ରଖିବାକୁ ଗରମ ପ୍ରଭାବ ଯୋଗାଉଥିବା ଡ୍ରାଇଫ୍ରୁଟ୍ ଓ ବିଭିନ୍ନ ପ୍ରକାର ଜିନିଷର ସାହାଯ୍ୟ ନେଇଥାଉ । ହେଲେ ଆପଣ ମାନେ କେବେ ଫଳ ଓ ପନିପରିବାର ସାହାଯ୍ୟ ନେଇଛନ୍ତି କି? ଶରୀରକୁ ଗରମ ରଖିବାକୁ କିଛି ଏପରି ପନିପରିବା ଓ ଫଳ ରହିଛି ଯାହା ସାହାଯ୍ୟରେ ଆପଣଙ୍କ ଶରୀର ଗରମ ରହିପାରିବ । ତେବେ ଏହିସବୁ କୌଣସି ନୁତନ ପ୍ରକାର ଜିନିଷ ନୁହେଁ ବରଂ ଏସବୁ ଆପଣ ନିତିଦିନିଆ କାମରେ ଲଗାଇଥାନ୍ତି । ତେବେ ଆପଣ ମାନେ ମଧ୍ୟ ଡାଇଟ୍ ରେ ଏସବୁକୁ ସାମିଲ କରନ୍ତୁ ।

ଏହି କ୍ରମରେ ରହିଛି ରସୁଣ, ଅଦା, ଲାଲ୍ ଲଙ୍କା(ରେଡ୍ ଚିଲ୍ଲି) ଓ ଖଜୁରି । ଏସବୁକୁ ଆପଣ ଡାଇଟ୍ ରେ ସାମିଲ କରିପାରିବେ । ରସୁଣର ପ୍ରଭାବ ଅତ୍ୟନ୍ତ ଗରମ ତେଣୁ ଏହାକୁ ଶୀତ ଦିନେ ସେବନ କରିପାରିବେ । ଏହା କେବଳ ଶରୀରକୁ ଗରମ ରଖେନି ବରଂ ରକ୍ତ ସର୍କୁଲେସନ୍ କୁ ଭଲ ରଖିଥାଏ । ଏହା ବ୍ୟତୀତ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ସେହିପରି ଅଦାରେ ଆଣ୍ଟି-ଅକ୍ସିଡେଣ୍ଟ ଓ ଢ଼େର୍ ମାତ୍ରାରେ ପୋଷକତତ୍ତ୍ୱ ଭରି ରହିଛି । ଶରୀରକୁ ଗରମ ରଖିବା ସହିତ ବିଭିନ୍ନ ପ୍ରକାର ଫାଇଦା ଦେଇଥାଏ ।

Get real time updates directly on you device, subscribe now.