fbpx

ଦୁନିଆର ଯେକୌଣସି ପରୀକ୍ଷାରେ ଟପ୍ କରିବାକୁ ଚାହୁଁଛନ୍ତି କି ? ତେବେ ଏହି ୭ଟି ଖାସ୍ ଅଭ୍ୟାସକୁ ଫଲୋ କରନ୍ତୁ, ସହଜରେ ମିଳିବ ସଫଳତା

ଯଦି ଆପଣ ଜଣେ ବିଦ୍ୟାର୍ଥୀ ଏବଂ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ଆପଣଙ୍କ ଜୀବନରେ ଛୋଟ ଅଭ୍ୟାସ ଅନୁସରଣ କରି ଆପଣ ସହଜରେ ଦୁନିଆର ଯେକୌଣସି ବଡ ପରୀକ୍ଷାରେ ଟପ୍ କରିପାରିବେ । ଏହା ମଧ୍ୟ କୁହାଯାଇଛି ଯେ, ସଫଳତା ପାଇବାକୁ ହେଲେ ଜଣେ ବ୍ୟକ୍ତି ସମୟ ସମୟରେ ନିଜର ଅଭ୍ୟାସ ବଦଳାଇବା ଉଚିତ୍, ଏପରି ପରିସ୍ଥିତିରେ, ଯଦି ଆପଣ କୌଣସି ପରୀକ୍ଷାରେ ଟପ୍ କରିବାକୁ ଚାହାଁନ୍ତି, ତେବେ ଆପଣ ନିମ୍ନରେ ଦିଆଯାଇଥିବା ଏହି ୭ ଟି ଖାସ୍ ଅଭ୍ୟସ୍କୁ ଆଜିଠାରୁ ଆରମ୍ଭ କରିପାରିବେ ।

୧. ଟାଇମ୍ ମ୍ୟାନେଜମେଣ୍ଟ:- ଯଦି ଆପଣ ଜଣେ ଟପ୍ପର ସହିତ କଥା ହୁଅନ୍ତି, ସେ ଆପଣଙ୍କୁ ପରୀକ୍ଷାକୁ ଟପ୍ କରିବାକୁ ଅନେକ ଟିପ୍ସ କହିବେ । କିନ୍ତୁ ଆପଣ ସେହି ଟିପ୍ସରେ ଏକ କମନ୍ କଥା ପାଇବେ ଏବଂ ତାହା ହେଉଛି ଟାଇମ୍ ମ୍ୟାନେଜମେଣ୍ଟ । ତେଣୁ ଆପଣ ଯେକୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ ନା କାହିଁକି, ସେହି ଅନୁସାରେ ଟାଇମ୍ ମ୍ୟାନେଜମେଣ୍ଟ କରିବା ଜରୁରୀ ।

୨. ସ୍ମାର୍ଟ ଷ୍ଟଡୀ:- ଆଜିର ସମୟରେ ଭଲ ରେଜଲ୍ଟ ପାଇବା ପାଇଁ କେବଳ ହାର୍ଡ ୱାର୍କ ଯଥେଷ୍ଟ ନୁହେଁ । ଏଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ ସହିତ ସ୍ମାର୍ଟ ୱାର୍କ କରିବାକୁ ପଡିବ । ତେଣୁ ଯଦି ଆପଣ ବେଷ୍ଟ ରେଜଲ୍ଟ ଚାହୁଁଛନ୍ତି, ତେବେ ଆଜିଠାରୁ ସ୍ମାର୍ଟ ଷ୍ଟଡୀ ଉପରେ ଧ୍ୟାନ ଦେବା ଆରମ୍ଭ କରନ୍ତୁ ।

୩. କିଛି ନୂଆ ଶିଖ: ଆପଣଙ୍କର ସବୁବେଳେ କିଛି ନୂଆ ଶିଖିବାକୁ ଇଚ୍ଛା ଥାଏ । ଜଣେ ଟପ୍ପର ପରିଚୟ ହେଉଛି ଯେ ସେ ନିଜ ଜୀବନରେ କେବେ ଶିଖିବା ବନ୍ଦ କରନ୍ତି ନାହିଁ । ସେ ନିଜକୁ ଏକ ଚିରନ୍ତନ ଶିକ୍ଷାର୍ଥୀ ଭାବରେ ଦେଖନ୍ତି ।

୪. ସଠିକ୍ ସମୟରେ ସଠିକ୍ ପ୍ରଶ୍ନ ପଚାରନ୍ତୁ: ପ୍ରାୟତଃ ଦେଖାଯାଏ ଯେ ଛାତ୍ରମାନେ ଶ୍ରେଣୀରେ କୌଣସି ବିଷୟରେ ଡାଉଟ୍ ହେଲେ ଶିକ୍ଷକଙ୍କୁ ପ୍ରଶ୍ନ ନକରନ୍ତି , ସେମାନଙ୍କର କନସେପ୍ଟ କଦାପି କ୍ଲିଅର ହୋଇନଥାଏ । ଯେଉଁଥିପାଇଁ ସେମାନେ ଟପ୍ କରିବା ଠାରୁ ବହୁତ ଦୂରରେ ରୁହନ୍ତି ଓ ସେମାନେ ଭଲ ମାର୍କ ମଧ୍ୟ ପାଆନ୍ତି ନାହିଁ । କାରଣ ଜଣେ ଟପ୍ପର ସର୍ବଦା ତାଙ୍କ ଡାଉଟକୁ ସମୟ ସମୟରେ କ୍ଲିଅର କରିଥାଏ ଏବଂ ତାଙ୍କର କନସେପ୍ଟକୁ କ୍ଲିଅର କରିଥାନ୍ତି ।

୫. ଭୁଲରୁ ଶିଖନ୍ତୁ: ଯଦି ଆପଣ ଟପ୍ପର ହେବାକୁ ଚାହାଁନ୍ତି, ତେବେ ଆପଣ କରିଥିବା ଭୁଲଗୁଡ଼ିକୁ ଭବିଷ୍ୟତରେ ପୁନରାବୃତ୍ତି ନକରିବାକୁ ଚେଷ୍ଟା କରନ୍ତୁ । ଏହା ମଧ୍ୟ କୁହାଯାଏ ଯେ, ଯିଏ ଅନ୍ୟର ଭୁଲରୁ ଶିଖେ, ସେ କେବଳ ଭବିଷ୍ୟତରେ ସଫଳତା ପାଇଥାଏ ।

୬. ସେଲ୍ଫ ଷ୍ଟଡୀ:- ତେବେ ସେଲ୍ଫ ଷ୍ଟଡୀ ହେଉଛି ଏପରି ଅସ୍ତ୍ର, ଯାହା ଆଧାରରେ ଆପଣ ଯେକୌଣସି ଯୁଦ୍ଧ ଜିତିପାରିବେ । ସରଳ ଭାବରେ କହିବାକୁ ଗଲେ, ସେଲ୍ଫ ଷ୍ଟଡୀ ଜଣେ ବ୍ୟକ୍ତିର ଜ୍ଞାନକୁ ବଢ଼ାଇଥାଏ, ଯାହା ତାଙ୍କୁ ପରୀକ୍ଷାରେ ଭଲ ମାର୍କ ସ୍କୋର କରିବାର ଆତ୍ମବିଶ୍ୱାସ ଦେଇଥାଏ ।

୭. ଘୋଷିବା ବଦଳରେ ବୁଝିବା ଉପରେ ଜୋର ଦିଅନ୍ତୁ:-
ଆପଣ ପାଠକୁ ଘୋଷି ଘୋଷି ମାର୍କ ରଖିବାକୁ ଚାହାଁନ୍ତି, ତେବେ ଏପରି ଅଭ୍ୟାସ ଛାଡିଦିଅନ୍ତୁ । ଘୋଷିବା ବଦଳରେ ବୁଝିବା ଉପରେ ଗୁରୁତ୍ୱ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣ ଯେକୌଣସି ବିଷୟକୁ ଭଲ ଭାବରେ ବୁଝିପାରିବେ । ଯାହାଫଳରେ ପରୀକ୍ଷାରେ ନିଜ ଭାଷାରେ ଉତ୍ତର ଦେଇ ଆପଣଙ୍କର କମ୍ୟୁନିକେସନ ସ୍କିଲ ମଧ୍ୟ ସୁଧୁରିଯିବ ।

Get real time updates directly on you device, subscribe now.