fbpx

Video: ସିନ୍ଦୁର ପିନ୍ଧିଲେ ଏଣିିକି ହେଉଛି ଘା’, ଏପରି organic ଉପାୟରେ ଘରେ କରନ୍ତୁ ପ୍ରସ୍ତୁତ

ନୂଆଦିଲ୍ଲୀ: ସିନ୍ଦୁରକୁ ହିନ୍ଦୁ ଧର୍ମର ପ୍ରତିକ ବୋଲି ବିବେଚନା କରାଯାଏ । ଏପରି କୌଣସି ମାଙ୍ଗଳିକ କାର୍ଯ୍ୟ ନାହିଁ ଯାହା ସିନ୍ଦୁର ବିନା ସମ୍ପୂର୍ଣ୍ଣ ହୋଇପାରିବ । ତାହା ବ୍ରତଘର ହେଉ କି ବାବାହ, ଏନ୍ତୁଡ଼ି ଶାଳ ହେଉ କି ଶ୍ମଶାନ ସବୁଠି ସିନ୍ଦୁରର ଆବଶ୍ୟକତା ରହିଛି । ତେବେ ସବୁଠୁ ଅଧିକ ବ୍ୟବହାର ମନ୍ଦିର ପରେ ବିବାହିତା ହିନ୍ଦୁ ମହିଳା ମାନେ କରିଥାନ୍ତି । ପ୍ରତେକ ଦିନ ସ୍ନାନ ପରେ ଶୃଙ୍ଗାର ପାଇଁ ନିଜ ସିନ୍ଥିରେ ସିନ୍ଦୁର ଲଗାଇଥାନ୍ତି । ଏହା ଆମର କେଉଁ ଯୁଗରୁ ପାରମ୍ପାରିକ ଭାବେ ବ୍ୟବହାର କରି ଆସୁଛନ୍ତି ।

ବର୍ତ୍ତମାନ ସିନ୍ଦୁର ବନାଇବା ପାଇଁ ବ୍ୟବହୃତ ହେଉଛି ବିଷାକ୍ତ କେମିକାଲ, ଯାହା ସିନ୍ଥିରେ ଘା’ କରି ଦେଉଛି । ଏପରି ଅନେକ ମାମଲା ସାମ୍ନାକୁ ଆସିଛି । ଆପଣ ଚାହିଁଲେ ଘରେ ତିଆରି କରିପାରିବେ organic ସିନ୍ଦୁର । ମହିଳା ମାନେ ହୁନ୍ତୁ ବା ଯେଉଁ ପୁରୁଷମାନେ ସବୁଦିନ ଟିକା ଭାବେ ସିନ୍ଦୁର ଲଗାଇଥାନ୍ତି ସେମାନେ ନିଜେ ଘରେ ବନାଇପାରିବେ organic ସିନ୍ଦୁର । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଜଣେ ମହିଳା ହଳଦୀରୁ ସିନ୍ଦୁର ପ୍ରସ୍ତୁତ କରୁଛନ୍ତି ।

ଯାହା organic ଉପାୟରେ, ଆପଣ ଚାହିଁଲେ ଅପରି ଉପାୟରେ organic ସିନ୍ଦୁର ବନାଇ ପାରିବେ । ତେବେ ବନାଇବା ପୂର୍ବରୁ ଏଥି ପାଇଁ କେଉଁ କେଉଁ ସାମଗ୍ରୀର ଆବଶ୍ୟକତା ତାହା ବି ଭିଡିଓରେ ଦେଖାଯାଉଛି । ଅତି ସହଜରେ ପ୍ରସ୍ତୁତ ହେଉଛି organic ସିନ୍ଦୁର । କିଛି ହଳଦୀ ଗୁଣ୍ଡ, ଅଳ୍ପ ଘିଅ, ଅଳ୍କ ଲେମ୍ୱୁ ରସ, ଗୋଲାପ ଜଳ ମିଶାଇ ଏକ ମିକ୍ସଶ୍ଚର୍ ଗ୍ରାଇଣ୍ତରର ସହାୟତାରେ ମିଶାଇଦେଲେ ପ୍ରସ୍ତୁତ ହୋଇଯିବ organic ସିନ୍ଦୁର ।

Get real time updates directly on you device, subscribe now.