fbpx
BSKY SKY
BSKY SKY

‘ଭୁଲ୍ କରିଛନ୍ତି , ଦଣ୍ଡ ଭୋଗିବାକୁ ହେବ’, ପତଞ୍ଜଳି ମାମଲାରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ

BSKY

ନୂଆଦିଲ୍ଲୀ:ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ହେଉଛି । ଏହି କ୍ରମରେ ଆଜି କୋର୍ଟରେ ବାବା ରାମଦେବ ଓ ବାଳକୃଷ୍ଣ ଉପସ୍ଥିତ ହୋଇଛନ୍ତି । ବିଚାରପତି ହିମା କୋହଲି ଓ ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ବେଞ୍ଚ ଏହାର ଶୁଣାଣୀ କରୁଛନ୍ତି । ଏହା ପୂର୍ବରୁ ଏପ୍ରିଲ ୨ରେ ହୋଇଥିବା ଶୁଣାଣୀରେ ପତଞ୍ଜଳି ପକ୍ଷରୁ କ୍ଷମାପତ୍ର ଦାଖଲ କରାଯାଇଥିଲା ।

ଶୁଣାଣୀ ସମୟରେ ସଲିସିଟର ଜେନେରାଲ୍ କହିଥିଲେ କି ଏହି ମାମଲାରେ ଆମେ ବିନା କୌଣସି ସର୍ତ୍ତରେ ଭୁଲ୍ ମାଗିବାକୁ ପରାମର୍ଶ ଦେଇଥିଲୁ । କିନ୍ତୁ କୋର୍ଟ ଆଜି ବିନା ସର୍ତ୍ତରେ ସ୍ୱାମୀ ରାମଦେବଙ୍କ ଆଫିଡେଭିଟ୍‌କୁ ସ୍ୱୀକାର କରିବାକୁ ମନା କରି ଦେଇଛନ୍ତି । ବିଚାରପତି ଅମାନୁଲ୍ଲାହ କହିଛନ୍ତି ଏମାନେ ୩-୩ ଥର ଆମ ଆଦେଶକୁ ଅଣଦେଖା କରିଛନ୍ତି । ଏମାନେ ଭୁଲ୍ କରିଛନ୍ତି ତେଣୁ ଦଣ୍ଡ ଭୋଗିବାକୁ ହେବ ।
ବିଚାରପତି କହିଛନ୍ତି ଆପଣ ଯେଉଁ ଆଫିଡେଭିଟ୍ ଦେଇଛନ୍ତି ସେଥିରେ ଧୋକାଦାରୀ ହୋଇଛି । ଏହାକୁ କିଏ ପ୍ରସ୍ତୁତ କରିଛି । ଏହା ଉପରେ ରାମଦେବଙ୍କ ଓକିଲ କହିଥିଲେ କି ଆମର ଭୁଲ୍ ହୋଇଛି । କିନ୍ତୁ କୋର୍ଟ କହିଥିଲେ ଏହା ଏକ ଛୋଟ ଶବ୍ଦ । ଆମେ ଏହା ଉପରେ ନିଷ୍ପତ୍ତି ନେବୁ । କୋର୍ଟ କହିଥିଲେ ଆମେ ଏହାକୁ ଜାଣିଶୁଣି କୋର୍ଟ ଆଦେଶର ଅବହେଳା କରାଯାଇଛି ବୋଲି ମାନୁଛୁ ।

ଏଠାରେ ସୂଚାଇ ଦିଆଯାଇପାରେ କି ଯୋଗ ଗୁରୁ ରାମଦେବ ଓ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ପ୍ରବନ୍ଧ ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ନିଜ ଔଷଧୀୟ ଉତ୍ପାଦର ପ୍ରଭାବ ବିଷୟରେ ବଡ ବଡ ଦାବୀ କରୁଥିବା ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟରେ ଜନହିତ ଯାଚିକା ଦାୟର ହୋଇଥିଲା । ତେବେ ଏହି ମାମଲାରେ ସୁପ୍ରମକୋର୍ଟଙ୍କ ନୋଟିସ୍ ପରେ ପତଞ୍ଜଳି ପକ୍ଷରୁ ବିନା ସର୍ତ୍ତ କ୍ଷମାପତ୍ର ଦାଖଲ କରାଯାଇଥିଲା । ଆଜି ଏହି ମାମଲରେ ସୁପ୍ରିମେକୋର୍ଟରେ ଶୁଣାଣୀ ଥିଲା ।

Get real time updates directly on you device, subscribe now.