fbpx

ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କଲା ବିଜେଡି: ସ୍ଥାନ ପାଇଲେ ଅନେକ ନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନର ମତଦାନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭଳି ସ୍ଥିତିରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ଗତ ମାସ ୩୦ ତାରିଖରେ ବିଜେପି ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କରିଥିବା ବେଳେ ଏବେ ବିଜେଡି ମଧ୍ୟ ତା’ର ଇସ୍ତାହାର କମିଟି ଗଠନ କରିଛି ।

ବିଜେଡି ଗଠନ କରିଥିବା ଇସ୍ତାହାର କମିଟିରେ ମୋଟ ୩୮ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି । ଚନ୍ଦ୍ରଶେଖର ସାହୁ ଏହି କମିଟିର ଅଧ୍ୟକ୍ଷ ହୋଇଛନ୍ତି । ଅମର ପଟ୍ଟନାୟକ ଆବାହକ ରହିଥିବା ବେଳେ ସସ୍ମିତ ପାତ୍ର ସହ-ଆବାହକ ରହିଛନ୍ତି । କମିଟିରେ ୩ ପ୍ରବାସୀ ଓଡ଼ିଆଙ୍କୁ ସ୍ଥାନ ମିଳିଛି । ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡିଂ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର ଉପାଧ୍ୟକ୍ଷ ରହିଛନ୍ତି । ସୁକାନ୍ତ କେ. ମହାପାତ୍ର, ସୋପ୍ନେନ୍ଦୁ ମହାନ୍ତି ଓ ଅମୀୟ ମିଶ୍ର ୩ ଜଣ ପ୍ରବାସୀ ଓଡ଼ିଆ କମିଟିରେ ସ୍ଥାନ ପାଇଛନ୍ତି । ଏହି କମିଟି ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଭିନ୍ନ ସେକ୍ଟର ଉପରେ ଆଲେଚନା କରିବ ।

Get real time updates directly on you device, subscribe now.