fbpx

IGNOU ଲଞ୍ଚ କଲା ସାମ୍ବାଦିକତା ପାଇଁ ୩ଟି ପିଜି କୋର୍ସ: ଡିଷ୍ଟାନ୍ସ କୋର୍ସକୁ ମିଳିବ ରେଗୁଲାର ଡିଗ୍ରୀର ମାନ୍ୟତା

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲର ପ୍ରାଧାନ୍ୟ ବଢ଼ି ଚାଲିଥିବା ବେଳେ ଏପରି ସ୍ଥିତିରେ ସାମ୍ବାଦିକା ଶିକ୍ଷା ହେଉଛି ଏକ ପ୍ରମୁଖ କ୍ଷେତ୍ର । ତେବେ ଯେଉଁ ଛାତ୍ରଛାତ୍ରୀମାନେ ଘରୋଇ ବା ସରକାରୀ କ୍ଷେତ୍ରରେ ଚାକିରି କରୁଥାନ୍ତି ସେମାନେ ସର୍ବଦା ଡିଷ୍ଟାନ୍ସ ମୋଡ଼ରେ କୋର୍ସ କରିବାକୁ ଇଚ୍ଛୁକ ଥାଆନ୍ତି । ଛାତ୍ରଛାତ୍ରୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି ।

ଇଗ୍ନୋ ପକ୍ଷରୁ ସାମ୍ବାଦିକତାର ୩ଟି ପିଜି କୋର୍ସ ଲଞ୍ଚ କରାଯାଇଛି । ଚଳିତ ଶିକ୍ଷାବର୍ଷରେ ଏହି ସମସ୍ତ ପାଠ୍ୟକ୍ରମ ଆରମ୍ଭ ହେବ । ଚଳିତ ବର୍ଷ ଜାନୁଆରୀ ମାସରୁ ଏଥିପାଇଁ ଆଡମିସନ ପ୍ରକ୍ରିୟା ଆରମ୍ଭ ହେବ । ଏ ବାବଦରେ ଅଧିକ ତଥ୍ୟ ଜାଣିବା ପାଇଁ ଆଶାୟୀମାନେ ଇଗ୍ନୋର ଅଫିସିଆଲ ୱେବସାଇଟ୍ http://www.ignou.ac.in/କୁ ପରିଦର୍ଶନ କରିପାରିବେ ।

ଛାତ୍ରଛାତ୍ରୀମାନେ ବିକାଶ ସାମ୍ବାଦିକତା, ସାମ୍ବାଦିକତା ଓ ବୈଦ୍ୟୁତିକ ମିଡ଼ିଆ, ସାମ୍ବାଦିକତା ଓ ଡିଜିଟାଲ ମିଡ଼ିଆରେ ପିଜି, ବିଜ୍ଞାପନ ଓ ଏକୀକୃତ ସଞ୍ଚାରରେ ପିଜି ଡିପ୍ଲୋମା କରିପାରିବେ । ଇଗ୍ନୋ ଦ୍ୱାରା ଡିଷ୍ଟାନ୍ସ ମୋଡ଼ରେ ଓ ଅନଲାଇନରେ କୋର୍ସ ପ୍ରଦାନ କରାଯାଇଥାଏ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମ ମୁତାବକ, ଏହି ସମସ୍ତ ଡିଗ୍ରୀ ଏବେ ପାରମ୍ପରିକ ମୋଡ଼ରେ ପ୍ରାପ୍ତ ଡିଗ୍ରୀ ସହ ସମାନ ହେବ । ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ହାସଲ କରୁଥିବା ଡିଗ୍ରୀକୁ ରେଗୁଲାର ଡିଗ୍ରୀର ମାନ୍ୟତା ମିଳିବ । ତେବେ ଇଗ୍ନୋ ଦ୍ୱାରା ଲଞ୍ଚ ହୋଇଥିବା ତିନି ପିଜି କୋର୍ସ ଇଂରାଜୀ, ହିନ୍ଦି ଓ ତାମିଲ ଭାଷାରେ ଉପଲବ୍ଧ ହେବ ।

Get real time updates directly on you device, subscribe now.