fbpx

କେବେ ପିକ୍ କରିବ Omicron ଓ କେବେ ମିଳିମ ଆରାମ୍? ଜାଣନ୍ତୁ କ’ଣ କହିଲେ IIT ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଓମିକ୍ରନ ଯୋଗୁଁ ଭାରତରେ ଫେବ୍ରୁଆରୀରେ କୋଭିଡର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହି ଚିନ୍ତାଜନକ ତଥ୍ୟ ନୂଆ ଅଧ୍ୟୟନରୁ ସାମ୍ନାକୁ ଆସିଛି । ଏଥିରେ ଦାବି କରାଯାଇଛି ଯେ, ଫେବ୍ରୁଆରୀ ୨୦୨୨ରେ ଭାରତରେ ଓମିକ୍ରନ ଶିଖର ଛୁଇଁବ । ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି କି, ଏହି ତଥ୍ୟକୁ ନେଇ ଚିନ୍ତା କରିବା ପରିବର୍ତ୍ତେ ସାବଧାନ୍ ରହିବା ଜରୁରୀ ।

ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଫେବ୍ରୁଆରୀ ପରେ ଓମିକ୍ରନ ମାମଲା ହ୍ରାସ ପାଇବ । ଯେଉଁଥିରେ ଆରାମ ମିଳିବ । ଭାରତରେ ଓମିକ୍ରନ ମାମଲା କମ୍ ଦିନରେ ୨୨୦ କୁ ବୃଦ୍ଧି ପାଇଛି ।

ଆଇଆଇଟି କାନପୁରର ମନିନ୍ଦ୍ର ଅଗ୍ରୱାଲ ଓ Sutra model of tracking the pandemic trajectoryର ସହ-ପ୍ରତିଷ୍ଠାତା ଏମ ବିଦ୍ୟାସାଗର କହିଛନ୍ତି ଯେ, ‘ପ୍ରତିଦିନ କରୋନାର ନୂଆ ମାମଲା ଫେବ୍ରୁଆରୀରେ ୧.୫ରୁ ୧.୮ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ । ନୂଆ ଭାରିଆଣ୍ଟଠାରୁ ପ୍ରାକୃତିକ ଉପାୟ ବା ଟିକାକରଣ ଜରିଆରେ ରକ୍ଷା ପାଇପାରିବା । ନୂଆ ଭାରିଆଣ୍ଟ ଯେତେ ତୀବ୍ରତାର ସହିତ ବଢ଼ିବ, ସେତିକି ଗତିରେ ହ୍ରାସ ପାଇବ । ଦକ୍ଷିଣ ଆଫ୍ରିକାରେ ମାମଲାର ସଂଖ୍ୟା ୩ ସପ୍ତାହରେ ଶିଖର ପହଞ୍ଚିବା ପରେ ଏବେ ହ୍ରାସ ପାଇବାରେ ଲାଗିଛି ।’

Get real time updates directly on you device, subscribe now.