fbpx

BJPକୁ ଧୋଇଦେଲା TMC, ପୌର ନିର୍ବାଚନର ଫଳାଫଳ ପୁଣି ଦିଦିଙ୍କ ସପକ୍ଷରେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜାତୀୟ ରାଜନୀତିର ସମରସଜ୍ଜା ଜାରି ରହିଥିବା ବେଳେ ପୁଣି ଥରେ ତାଙ୍କର ମନୋବଳ ବୃଦ୍ଧି ପାଇଛି । ନିକଟରେ କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) ନିର୍ବାଚନରେ ଆଶାତୀତ ସଫଳତା ହାସଲ କରିଛି ତୃଣମୂଳ କଂଗ୍ରେସ (ଟିଏମସି) । ମୋଟ ୧୪୪ଟି ଆସନରୁ ଟିଏମସି ୧୩୪ଟିରେ ବିଜୟ ହାସଲ କରିଥିବା ବେଳେ ବିଜେପିକୁ ୩ଟି, ବାମପ୍ରଣ୍ଟକୁ ୨ଟି, କଂଗ୍ରେସକୁ ୨ଟି ଓ ଅନ୍ୟାନ୍ୟ ଦଳକୁ ୩ଟି ଆସନ ମିଳିଛି । ଏହି ନିର୍ବାଚନ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଥିବା ବେଳେ ଦିଦିଙ୍କ ମେଗା ପ୍ଲାନ ଦିଗରେ ଏହା ବେଶ୍ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି ।

ଚଳିତ ନିର୍ବାଚନରେ ଟିଏମସି ତିନି ଚତୁର୍ଥାଂଶ ଭୋଟ ପାଇଥିବା ବେଳେ ଏହା ଗତ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଅପେକ୍ଷା ୧୧ ପ୍ରତିଶତ ବୃଦ୍ଧି ପାଇଛି । ଗତ ୨୦୧୫ ମସିହା କେଏମସି ନିର୍ବାଚନରେ ଟିଏମସି ୧୨୪ଟି, ବାମଫ୍ରଣ୍ଟ ୧୩ଟି, ବିଜେପି ୫ଟି ଓ କଂଗ୍ରେସ ୨ଟି ଆସନରେ ବିଜୟ ଲାଭ କରିଥିଲେ । ଗତ ବିଧାନସଭା ନିର୍ବାଚନରେ ଭାଜପା-ଦିଦିଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଥିବା ବେଳେ ଶେଷରେ ମମତା ବିଜୟର ଟିକା ପିନ୍ଧିଥିଲେ । ଇତିମଧ୍ୟରେ ଦିଦି ଦିଲ୍ଲୀ ଗସ୍ତ କରି ବିଭିନ୍ନ ଦଳର ସୁପ୍ରିମୋଙ୍କ ସହ ଆଲୋଚନା କରିସାରିଛନ୍ତି । ଆସାମ, ମଣିପୁର, ମେଘାଳୟ, ଗୋଆ, ଉତ୍ତରପ୍ରଦେଶରେ ଦିଦି ନିଜର ଫିଲ୍ଡ ପ୍ରସ୍ତୁତ କରିବାରେ ଲାଗିଛନ୍ତି ।

Get real time updates directly on you device, subscribe now.