ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଠିକ ଭାବେ ହେଉନଥିବା ଅଭିଯୋଗ ଆସିଛି । ଡାକ୍ତର ଠିକ୍ ସମୟରେ ନ ଆସିବା ସହ ହସ୍ପିଟାଲ କର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ଗଳାବାଟରେ ଟିକା ପ୍ରଦାନ କରାଯାଉଥିବା ରୋଗୀମାନେ ଅଭିଯୋଗ କରିଛନ୍ତି । ଡାକ୍ତର ବିଳମ୍ବରେ ଆସିବା ଯୋଗୁଁ ରୋଗୀମାନେ ନିରାଶ ହୋଇ ଫେରୁଛନ୍ତି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ହସ୍ପିଟାଲ ଅଧୀକ୍ଷକ । ସେ କହିଛନ୍ତି ଯେ, ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯାଉଛି । ଯେତିକି ଟିକା ଆସୁଛି ସେତିକି ଦିଆଯାଉଛି । ସୂଚନାଯୋଗ୍ୟ ଯେ, କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ କେନ୍ଦ୍ରରେ ପୂର୍ବରୁ ୧୦୦ ବରିଷ୍ଠ ନେଉଥିବା ବେଳେ ବର୍ତ୍ତମାନ ଦୈନିକ ୩୦୦ ଟିକା ନେବା ପାଇଁ ବ୍ୟବସ୍ଥା ହୋଇଛି ।
Next Post