fbpx

(Video) ‘ମୁଁ ଠିକ୍ ଅଛି ମା’… ତୁ ଟାଇମରେ ଖାଇନବୁ…’: ଟନେଲ ଭିତରୁ ଶ୍ରମିକଙ୍କ ଇମୋସନାଲ ମେସେଜ

Advertisement

ଉତ୍ତରକାଶୀ: ଉତ୍ତରକାଶୀ ସିଲକ୍ୟାରା ଟନେଲରେ ୧୦ ଦିନରୁ ଫସି ରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ବେସାହାରା ହୋଇ ଟନେଲ ଭିତରେ ଅନ୍ଧାକରରେ ଦିନ କାଟୁଛନ୍ତି ଏହି ଶ୍ରମିକ । ତେବେ ଫସି ରହିବାର ୧୦ ଦିନ ପରେ ଆଜି କିଛି ଶ୍ରମିକ ସେମାନଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୬ ଇଞ୍ଚର ପାଇପ ଯୋଗେ ଶ୍ରମିକ ଏବଂ ସେମାନଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରାଇଛନ୍ତି ରେସ୍କ୍ୟୁ ଟିମ୍ । ଏମାନଙ୍କ ମଧ୍ୟରୁ ଜଣେ ଶ୍ରମିକ ଜୟଦେବ ତାଙ୍କର ମେସେଜକୁ ରେକର୍ଡ କରିବା ପାଇଁ କହିଛନ୍ତି ।

ଜୟଦେବ ବଙ୍ଗଳାରେ ନିଜ ପରିବାର ଲୋକଙ୍କୁ ଏକ ଇମୋସନାଲ ମେସେଜ ପଠାଇଛନ୍ତି । ପାଇପ ମାଧ୍ୟମରେ ଜୟଦେବ କହିଛନ୍ତି ଯେ, ଦୟାକରି ମୋ କଥାକୁ କେହି ଜଣେ ରେକର୍ଡ କରନ୍ତୁ । ମୁଁ ମୋ ମା’ଙ୍କ ପାଇଁ କିଛି କହିବାକୁ ଚାହୁଁଛି । ଏହାପରେ ସେ କହିଛନ୍ତି ଯେ, ମା, ଟେନସନ କୋରୋନୀ ଆମି ଥିକ ଅଛି, ଟାଇମ ଏ କହେ, ନେବେ । ବାବାକେଓ ଟାଇମ ଏ ଖେୟେ ନାଇଟ ବୋଲବେ । ମା’ ଚିନ୍ତା କରନି ମା’, ମୁଁ ଏଠି ଠିକ୍ ଅଛି । ତେଣୁ ତୁମେ ଓ ବାପା ଠିକ ସମୟରେ ଖାଇବା ଖାଇନେବ । ଶ୍ରମିକଙ୍କର ଏହି ମେସେଜ ଶୁଣି ଉଦ୍ଧା କାର୍ଯ୍ୟରେ ନିୟୋଜିତ ଅଫିସର ମାନଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଛି । ୧୦ ଦିନରୁ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣେ ଶ୍ରମିକର କୋହ ସମସ୍ତଙ୍କ ହୃଦୟକୁ ଥରାଇ ଦେଇଥିଲା । ଏତେ ସମସ୍ୟାରେ ତାଇ ମଧ୍ୟ ଜଣେ ପୁଅର ତା’ ବାପା-ମା’ଙ୍କ ପ୍ରତି ଥିବା ଚିନ୍ତା ଏବଂ ଭଲପାଇବାକୁ ଦେଖି ନିଜକୁ ସମ୍ଭାଳି ପାରି ନାହାନ୍ତି ସେଠାରେ ଉପସ୍ଥିତ ଅଫିସର ।

ତେବେ ଦୀର୍ଘ ୧୦ ଦିନରୁ ଟନେଲ ଭିତରେ ଫସି ରହିଥିବା ଶ୍ରମିକ ମାନଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସୁପରଭାଇଜର । ତେଣୁ ଚିନ୍ତା ନ କରି ଟିକିଏ ସାହସ ବାନ୍ଧିବାକୁ ଶ୍ରମିକମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କିଛି ସମୟ ପୂର୍ବରୁ ଶ୍ରମିକମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପଠାଯାଇଥିଲା । ଏହପରେ ଶ୍ରମିକମାନଙ୍କୁ ନିଜ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରାଇଛନ୍ତି ଉଦ୍ଧାରକାରୀ ଦଳର ଅଫିସର ।

Get real time updates directly on you device, subscribe now.