fbpx

IMF GDP Forecast: ବଜେଟ ପୂର୍ବରୁ ବିଦେଶରୁ ଆସିଲା ଭାରତ ପାଇଁ ଏକ ବଡ଼ ଖୁସି ଖବର, ଚୀନକୁ ଲାଗିଲା ଝଟକା

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଫେବୃଆରୀ ମାସ ୧ ତାରିଖରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ଆଗତ କରିବେ । ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବା ପୂର୍ବରୁ ଭାରତ ପାଇଁ ବିଦେଶରୁ ଆସିଛି ଏକ ବଡ଼ ଖୁସି ଖବର । ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ) ଅର୍ଥ ମନ୍ତ୍ରଣାଳୟର ଅନୁମାନ ଉପରେ ମୋହର ମାରିଛି । ଅନ୍ୟପକ୍ଷରେ ଚୀନକୁ ଲାଗିଛି ଏକ ବଡ଼ ଝଟକା ।

ବର୍ତ୍ତମାନ ସମୟରେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି । ତେବେ ଏହି ଅଭିବୃଦ୍ଧି ଆଗାମୀ ଦିନରେ ଜାରି ରହିବ ବୋଲି ଆଇଏମଏଫ ପକ୍ଷରୁ କୁହାଯାଇଛି । ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଅନୁମାନକୁ ଆଇଏମଏଫ ମୋହର ମାରିଛି । ଏଥିସହିତ ଭାରତର ଅଭିବୃଦ୍ଧି ହାରକୁ ସଂଶୋଧନ କରାଯାଇ ବିଦେଶୀ ସଂଗଠନ ପକ୍ଷରୁ ଆହୁରି ବୃଦ୍ଧି କରାଯାଇଛି ।

ଭାରତୀୟ ଅର୍ଥବ୍ୟବସ୍ଥା ସବୁଠାରୁ ଦ୍ରୁତ ଭାବେ ଆଗକୁ ବଢ଼ୁଛି ଓ ଅର୍ଥନୀତିର ଏହି ଅଭିବୃଦ୍ଧି ଆଗାମୀ ବର୍ଷମାନଙ୍କରେ ମଧ୍ୟ ଜାରି ରହିବ ବୋଲି ଆଇଏମଏଫ ପକ୍ଷରୁ କୁହାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୩ ପ୍ରତିଶତ ରହିବ ବୋଲି ପୂର୍ବରୁ ଆଇଏମଏଫ ପକ୍ଷରୁ ଅନୁମାନ କରାଯାଇଥିବା ବେଳେ ଏବେ ତାହାକୁ ସଂଶୋଧନ କରାଯାଇ ୬.୫ ପ୍ରତିଶତ ରହିବ ବୋଲି କୁହାଯାଇଛି । ଆଇଏମଏଫ ଦ୍ୱାରା ଜାରି କରାଯାଇଥିବା ୱାର୍ଲ୍ଡ ଆଉଟଲୁକରେ ଏହିତଥ୍ୟ ଶେୟାର କରାଯାଇଛି । ଅନ୍ୟପକ୍ଷରେ ଚୀନକୁ ଲାଗିଛି ଏକ ବଡ଼ ଝଟକା । ଚୀନରେ ଦେଖାଦେଇଥିବା ଭୂ-ରାଜନୈତିକ ଝଟକା ଦ୍ୱାରା ନୂଆ କମୋଡିଟିର ଦର ବଢ଼ିପାରେ । ପ୍ରପର୍ଟି ସଙ୍କଟ ଚୀନର ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିପାରେ ବୋଲି ଆଇଏମଏଫ୍ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.