fbpx

ଟିକା ଆସିଲେ ତତକ୍ଷଣାତ୍ ଟିକାକରଣ

ନୂଆଦିଲ୍ଲୀ,୪ ।୧: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଡିସିଜିଆଇ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଛି । ୨ ଟି ଟିକାକୁ ଡିସିଜିଆଇର ଅନୁମୋଦନ ପରେ ଡିଏମଇଟି ସିବିକେ ମହାନ୍ତି ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତକ୍ଷଣାତ୍ ଟିକାକରଣ କରିବୁ । ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ କେନ୍ଦ୍ର ପାଖରେ ଦାବି କରିଛୁ । ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ୍ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ । ଓଡିଶାକୁ ପ୍ରାଥମିକତା ନେଇ ସେରମ ସିଇଓଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଓଡିଶାକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ସେରମ ପାଖରେ ୫କୋଟି ଟିକା ଥିବାରୁ ଦୁଇଦିନ ଭିତରେ ବିତରଣ କରିପାରେ ।’

ତେବେ ସେରମର ‘କୋଭିସିଲ୍ଡ’ର ଗୁଣବତ୍ତା ୭୦ ରୁ ୯୦ ପ୍ରତିଶତ ରହିଛି । ସେହିପରି ଭାରତ ବାୟୋଟେକ୍ କୋଭାକ୍ସିନର ଗୁଣବତ୍ତା ୯୦ ରୁ ୯୫ ପ୍ରତିଶତ ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

Get real time updates directly on you device, subscribe now.