ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଆସନ୍ତା ମାସ ୩ ତାରିଖ ସୁଦ୍ଧା ସେମାନଙ୍କ ବଦଳି ହୋଇଥିବା ସ୍ଥାନରେ ଯୋଗଦେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି । ଗତମାସ ୭ ତାରିଖ ଏବଂ ଗତ ୧୫ ତାରିଖରେ ବିଜ୍ଞପ୍ତି ଅନୁଯାୟୀ ବଦଳି ହୋଇଥିବା ଅଧିକାରୀଙ୍କୁ ଆସନ୍ତା ୨୮ ତାରିଖ ସୁଦ୍ଧା ରିଲିଭ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଅତିରିକ୍ତ ଶାସନ ସଚିବ ଏ ସଂକ୍ରାନ୍ତ ନିର୍ଦ୍ଦେଶାନାମା ଗତକାଲି ଜାରି କରିଛନ୍ତି ।