ପାନ୍ କାର୍ଡ ୟୁଜର୍ସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା! ଏହି ଭୁଲ ଦ୍ୱାରା ଲାଗିପାରେ ୧୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଆଜି ଯୁଗରେ ପାନ୍ କାର୍ଡ ଏକ ବାଧ୍ୟତାମୂଳକ ଡକ୍ୟୁମେଣ୍ଟ । ଏହା ବିନା କୌଣସି ଆର୍ଥିକ କାରବାର ହୋଇପାରିବ ନାହିଁ । ଏହାର ଆବଶ୍ୟକତା ପ୍ରତ୍ୟେକ ଆର୍ଥିକ ଟ୍ରାଞ୍ଜାକ୍ସନ କରିବା ଓ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ପଡ଼ିଥାଏ । ବ୍ୟାଙ୍କରୁ ନେଇ ଅଫିସ ପର୍ଯ୍ୟନ୍ତ କୌଣସି ଆର୍ଥିକ କାମ ଆପଣ ଏହା ବିନା କରିପାରିବେ ନାହିଁ ।

ଏବେ ପାନ୍ କାର୍ଡକୁ ଆଧାର ଓ ସବୁ ସ୍ଥାନରେ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଏହାର ଡେଡଲାଇନ୍ ୩୦ ସେପ୍ଟେମ୍ୱର ୨୦୨୧ ଥିଲା, ଯାହାକୁ ୩୧ ମାର୍ଚ୍ଚ ୨୦୨୨ କୁ ବୃଦ୍ଧି କରାଯାଇଛି । ପାନ୍ କାର୍ଡ ସହିତ ଜଡିତ ଗୋଟିଏ ଭୁଲ ପାଇଁ ଆପଣଙ୍କୁ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ ।

ଯଦି ଆପଣ କେଉଁଠାରେ ପାନ୍ ନମ୍ବର ଏଣ୍ଟର କରୁଛନ୍ତି, ତେବେ ପାନ କାର୍ଡରେ ଦିଆଯାଇଥିବା ୧୦ ଅଙ୍କର ନମ୍ବରକୁ ସାବଧାନରେ ପୂରଣ କରନ୍ତୁ । ଏଥିରେ କିଛି ବି ସ୍ପେଲିଂ ଭୁଲ ବା ନମ୍ବର ଏପଟସେପଟ ହେଲେ ଆପଣଙ୍କର ଅଧିକ ଟଙ୍କାର ଜରିମାନା ଦେବାକୁ ପଡିପାରେ ।

ଏହା ସହ ଯଦି ଆପଣଙ୍କର ଦୁଇଟି ପାନ୍ କାର୍ଡ ଅଛି, ତେବେ ଆପଣଙ୍କୁ ଏକ ବଡ଼ ଜରିମାନା ଦେବାକୁ ପଡିବ । ଏଥିରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇପାରେ । ସେଥିପାଇଁ ଯଦି ଆପଣଙ୍କର ଦୁଇଟି ପାନ୍ କାର୍ଡ ମଧ୍ୟ ଅଛି, ତେବେ ତୁରନ୍ତ ତୁମର ଦ୍ୱିତୀୟ ପାନ୍ କାର୍ଡ ବିଭାଗକୁ ଦେବାକୁୁ ପଡିବ । ଇନକମ୍ ଟ୍ୟାକ୍ସ ଆକ୍ଟ ୧୯୬୧ ର ଧାରା ୨୭୨ବି ରେ ଏହାକୁ ନେଇ ଏକ ବ୍ୟବସ୍ଥା ରହିଛି ।