fbpx

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ପହଞ୍ଚିଲେ ଦଳର ହେବିୱେଟ ନେତା, ରାଜ୍ୟସଭା ପ୍ରାର୍ଥୀ ପାଇଁ ହେବ କି ଆଲୋଚନା?

ଓଡ଼ିଶା ଭାସ୍କର: କିଏ ହେବ ବିଜେଡିର ତୃତୀୟ ରାଜ୍ୟସଭା ପ୍ରାର୍ଥୀ? ଏହାକୁ ନେଇ ବଢିବାରେ ଲାଗିଛି ସସ୍ପେନ୍ସ। ଗତକାଲି ୨ ଜଣଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଏଯାଏଁ ତୃତୀୟ ପ୍ରାର୍ଥୀ ଘୋଷଣା କରି ନାହିଁ ଦଳ। ସେପଟେ ବର୍ତ୍ତମାନ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ଜଣାପଡିଛି । ଆଉ ଏହି ବୈଠକରେ ଦଳର କିଛି ହେବିୱେଟ ନେତା ଯୋଗ ଦେଇଥିବା ଜଣାପଡିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ବାସନ୍ତୀ ହେମ୍ରମ, ପ୍ରତାପ ଜେନା ଓ ରମେଶ ମାଝୀଙ୍କ ଭଳି କିଛି ପ୍ରମୁଖ ନେତାମାନେ ଏହି ବୈଠକରେ ଯୋଗ ଦେଇଛନ୍ତି। ତେବେ ଏହି ବୈଠକରେ ରାଜ୍ୟସଭା ପ୍ରାର୍ଥୀ ପାଇଁ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଥାଉକି, ଆସନ୍ତା ୨୭ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ତାରିଖ ପର୍ୟ୍ୟନ୍ତ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ୧୬ ଫେବ୍ରୁଆରୀରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୦ ଫେବ୍ରୁଆରୀ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୨୭ ତାରିଖ ଦିନ ୯ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ। ସେହିଦିନ ଅପରାହ୍ନ ୫ଟାରୁ ଭୋଟ ଗଣତି ଆରମ୍ଭ ହେବ। ଆଉ ଏସବୁ ଭିତରେ ବର୍ତ୍ତମାନ ବିଜେଡି ରାଜ୍ୟସଭା ପାଇଁ ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଏବେ ତୃତୀୟ ପ୍ରାର୍ଥୀଙ୍କ ଅନୁସନ୍ଧାନରେ ରହିଛି ଦଳ। ଏଣୁ ଏହାକୁ ନେଇ ବିଜେଡି ମହଲରେ ଆଲୋଚନା ଲାଗି ରହିଛି।

Get real time updates directly on you device, subscribe now.