fbpx

ବିପଦରେ ଇମରାନ ଖାନ ସରକାର; ତେଜୁଛି ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ, ଦଳୀୟ ନେତା ବି କରୁଛନ୍ତି ଅସମର୍ଥ

ପାକିସ୍ତାନରେ ଜାରି ରହିଛି ରାଜନୈତିକ ଝଡ଼ । ଇମରାନ ସରକାରଙ୍କ ବିରୋଧରେ ବିରୋଧୀମାନେ ମୋର୍ଚ୍ଚା ଖୋଲିଛନ୍ତି । ଏହା ସହ ତାଙ୍କ ନିଜ ପାର୍ଟୀର ନେତାମାନେ ମଧ୍ୟ ଇମରାନଙ୍କୁ ବିରୋଧ କରିଛନ୍ତି । ଏହାରି ମଧ୍ୟରେ ପାକିସ୍ତାନ ପିପୁଲ୍ସ ପାର୍ଟୀ ନେତା ବିଲାବଲ ଭୁଟ୍ଟୋ ଜରଦାରୀ ସଫା ସଫା କହିଛନ୍ତି ଯେ ୨୧ ମାର୍ଚ୍ଚରେ ସଂସଦ ଅଧିବେଶନ ସମୟରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ସମ୍ମତି ଦିଆନଯାଏ ତେବେ ଅନ୍ୟ ନେତା ସଦନ ବାହାରକୁ ଯିବେ ନାହିଁ । ଏହା ସହ କୌଣସି ଓଆଇସି ଅଧିବେଶନ ମଧ୍ୟ ହେବ ନାହିଁ ।

ଭୁଟ୍ଟୋ କହିଛନ୍ତି ୨୧ ମାର୍ଚ୍ଚରେ ଅନାସ୍ଥା ପ୍ରସ୍ତାବ ଆଗତ ନହୁଏ ତେବେ ବିରୋଧୀ ଦଳ ନେତା ଏବଂ ସମର୍ଥକ ରାସ୍ତା ଜାମ କରିବେ ଏବଂ ଯେପରି ଓଆଇସି ସମ୍ମିଳନୀ ନହୋଇପାରିବ । ଶାସନରେ ଥିବା ପିଟିଆଇ ୧୪ ଅସନ୍ତୁଷ୍ଟ ସାଂସଦଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସାମ୍ନାରେ ଉପସ୍ଥିତ ହେବାକୁ ୭ ଦିନ ସମୟ ଦିଆଯାଇଛି । ସୂଚନାଯୋଗ୍ୟ, ଇମରାନ ଖାନ ସରକାରଙ୍କ ସେନା ସହ ମଧ୍ୟ ସଂପର୍କ ଖରାପରେ ହେବାରେ ଲାଗିଛି । ଏବଂ ୨୮ ମାର୍ଚ୍ଚରେ ଇମରାନ ସରକାରଙ୍କ ବିରୋକ୍ଷଷର ଅନାସ୍ଥା ପ୍ରସ୍ତାବ ଅଣାଯିବ ।

ସେପଟେ ପାକିସ୍ତାନ ସୂଚନା ମନ୍ତ୍ରୀ ଫବାଦ ଖାନ କହିଛନ୍ତ ଇମରାନ ସରକାର ହଟିବନି । ଇମରାନ ଖାନଙ୍କ ବିନା ପାକିସ୍ତାନରେ ଲୋକତନ୍ତ୍ର ସମ୍ଭବ ନୁହେଁ । ଏହା ସହ ସେ କହିଛନ୍ତି ଯେଉଁମାନେ ସପକ୍ଷରେ ଭୋଟ ଦେବାକୁ ଚାହୁଁନାହଁନ୍ତି ସେମାନେ ପଦରୁ ଇସ୍ତଫା ଦେଇପାରିବେ ।

 

 

 

 

Get real time updates directly on you device, subscribe now.