fbpx

ରାଜସ୍ଥାନରେ ପ୍ରଥମ ଥର ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ଜନ୍ମ ପ୍ରମାଣପତ୍ର

Advertisement

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁରରେ ଗ୍ରେଟର ମୁନିସିପାଲ କର୍ପୋରେସନ ଦ୍ୱାରା ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ଜନ୍ମ ପ୍ରମାଣପତ୍ର ଦିଆଯାଇଛି । ଅର୍ଥନୈତିକ ଓ ପରିସଂଖ୍ୟାନ ବିଭାଗର ନିର୍ଦ୍ଦେଶକ ତଥା ଜନ୍ମ ମୃତ୍ୟୁ ପଞ୍ଜିକରଣର ମୁଖ୍ୟ ରେଜିଷ୍ଟ୍ରାର ଭଂୱରଲାଲ ଭୈରବ ଏହି ଜନ୍ମ ପ୍ରମାଣପତ୍ରକୁ ନୂର ଶେଖୱତଙ୍କୁ ପ୍ରଦାନ କରିଛନ୍ତି । ତେବେ ନୂର ରାଜସ୍ଥାନରେ ଜନ୍ମ ପ୍ରମାଣପତ୍ର ପାଇବାରେ ପ୍ରଥମ ଟ୍ରାନ୍ସଜେଣ୍ଡର ହୋଇପାରିଛନ୍ତି । ୧୦ଦିନ ପୂର୍ବରୁ ନୂର ନିଜ ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ।

ତେବେ ଭଂୱରଲାଲଙ୍କ କହିବା ଅନୁସାରେ ପୁରୁଷ ଓ ମହିଳାଙ୍କ ପରି ଟ୍ରାନ୍ସଜେଣ୍ଡରମାନଙ୍କର ମଧ୍ୟ ଜନ୍ମ ରେକର୍ଡ ବର୍ତ୍ତମାନ ନିଗମ ପୋର୍ଟାଲରେ ଉପଲବ୍ଧ ହେବ । ଏହା ସହ ଟ୍ରାନ୍ସଜେଣ୍ଡରମାନଙ୍କୁ ସେମାନଙ୍କର ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ କରିବାକୁ ଉତ୍ସାହିତ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ ।

ତେବେ ନୂର ଶେଖୱତଙ୍କ ଜନ୍ମ ସମୟରେ ତାଙ୍କୁ ପୁରୁଷ ଭାବରେ ପଞ୍ଜିକୃତ କରାଯାଇଥିଲା। ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ନୂର୍ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଏକ ସ୍ୱେଚ୍ଛାସେବୀ ସଂଗଠନ ଚଲାଉଛନ୍ତି । ତାଙ୍କ କହିବା ଅନୁସାରେ ସରକାରଙ୍କ ଏହି ପଦକ୍ଷେପ ଭିନ୍ନକ୍ଷମ, ପୁରୁଷ ଏବଂ ମହିଳାଙ୍କ ସହିତ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ରେକର୍ଡ ସଂଗ୍ରହ କରିବାରେ ସାହାର୍ଯ୍ୟ କରିବ । ଏହା ସହ ସାଧାରଣ ଲୋକଙ୍କ ଭଳି ସେମାନଙ୍କର ମଧ୍ୟ ସମାନ ଅଧିକାର ଅଛି ଏବଂ ଅନ୍ୟମାନଙ୍କ ପରି ସମାଜରେ ମୁଣ୍ଡ ଉଠାଇ ବଞ୍ଚିବାର ସ୍ୱାଧୀନତା ସେମାନଙ୍କୁ ଦିଆଯିବା ଉଚିତ୍ । ତେବେ ବର୍ତ୍ତମାନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ନିଯୁକ୍ତି ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରିବା ପାଇଁ ନୂର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.