fbpx

ସବୁ ପରିସ୍ଥିତିରେ ଅନ୍ତରୀଣ ସରକାରଙ୍କୁ ସମର୍ଥନ କରିବୁ; ବାଂଲାଦେଶ ସେନା ମୁଖ୍ୟ

ନୂଆଦିଲ୍ଲୀ: ବାଂଲାଦେଶର ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ୍ ରଏଟର୍ସ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଦେଶରେ ନିର୍ବାଚନ ପାଇଁ ସେ ଅନ୍ତରୀଣ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର କରିବାରେ ସାହାଯ୍ୟ କରିବେ । ଜେନେରାଲ ୱାକର ରଏଟର୍ସକୁ କହିଛନ୍ତି, ଯାହା ହେଉ ନା କାହିଁକି ମୁଁ ସେମାନଙ୍କ ସହ ଛିଡ଼ା ହେବି ।

ଯାହାଦ୍ୱାରା ସେମାନେ ନିଜର ମିଶନ କୁ ସମ୍ପୂର୍ଣ୍ଣ କରିପାରିବେ । ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଅନ୍ତରୀଣ ସରକାର ମୁଖ୍ୟ ୟୁନୁସ ଖାନ୍ ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ନ୍ୟାୟପାଳିକା, ପୋଲିସ ଏବଂ ଆର୍ଥିକ ଅନୁଷ୍ଠାନରେ ଆବଶ୍ୟକ ସଂସ୍କାର ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ବାଂଲାଦେଶ ସେନା ମୁଖ୍ୟ କହିଛନ୍ତି ଯେ, ଦେଢ଼ ବର୍ଷ ମଧ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦରକାର । ଏଥିସହିତ ସେ ରାଜନୈତିକ ଦଳମାନଙ୍କ ସହ ଧୈର୍ଯ୍ୟର ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଯଦି ଆପଣ ମୋତେ ପଚାରିବେ, ତେବେ ମୁଁ କହିବି ଯେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆମେ ଅଂଶଗ୍ରହଣ କରିବା ପାଇଁ ଏହା ଏକ ସମୟ ସୀମା ହେବା ଉଚିତ ।

Get real time updates directly on you device, subscribe now.