fbpx

BIG BREAKING: ଆସ୍ଥା ଜିତିଲେ ଚମ୍ପଇ, ସାବ୍ୟସ୍ତ କଲେ ବହୁମତ, ଜାଣନ୍ତୁ ମିଳିଲା କେତେ ଭୋଟ୍‌

ରାଞ୍ଚି: ଝାରଖଣ୍ଡରେ ଚମ୍ପଇ ସୋରେନ୍ ନେତୃତ୍ୱ ବାଲା ସରକାର ବିଧାନସଭାରେ ବହୁମତ ସାବ୍ୟସ୍ତ କରି ଦେଇଛନ୍ତି । ଫ୍ଲୋର ଟେଷ୍ଟରେ ଚମ୍ପଇ ସରକାରଙ୍କ ପକ୍ଷରେ ୪୭ ଭୋଟ ମିଳିଛି ଓ ବିପକ୍ଷରେ ୨୯ ଭୋଟ ପଡିଛି ।

ଆଜି ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବିଧାନସଭାରେ ବିଶ୍ୱାସ ମତ ଉପସ୍ଥାପନ କରିଥିଲେ । କ୍ଷମତାସୀନ ଦଳର ନେତା ବିଧାନସଭାରେ ଉପସ୍ଥିତ ଥିଲେ । ଜେଏମଏମ-କଂଗ୍ରେସ ହ୍ୱିପ ଜାରି କରି ଫ୍ଲୋର ଟେଷ୍ଟରେ ସମସ୍ତ ବିଧାୟକଙ୍କୁ ରହିବାକୁ ଆଦେଶ ଜାରି କରିଥିଲେ । ଫ୍ଲୋର ଟେଷ୍ଟ ପୂର୍ବରୁ କ୍ଷମତାସୀନ ଦଳର ୩୭ ବିଧାୟକ ହାଇଦ୍ରବାଦରୁ ରାଞ୍ଚି ଫେରିଥିଲେ ।

ଫ୍ଲୋର ଟେଷ୍ଟ ସମୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବି ଉପସ୍ଥିତ ଥିଲେ । ବହୁମତ ପରୀକ୍ଷଣ ପୂର୍ବରୁ ହେମନ୍ତ ନିଜ ବକ୍ତବ୍ୟରେ କହିଥିଲେ ଝାରଖଣ୍ଡରେ ଯାହା ହେଲା ସେଥିରେ ରାଜଭବନ ବି ସାମିଲ ରହିଛି । ସେ କହିଛନ୍ତି ମୁଁ ଆଦିବାସୀ ଅଟେ । ମୋତେ ନିୟମ କାନୁନ ଠିକ୍ ଭାବରେ ଜଣାନାହିଁ । ୩୧ ଜାନୁୟାରୀରେ ଯାହା ହେଲା ତାହାର କାହାଣୀ ୨୦୨୨ରୁ ଲେଖା ଚାଲିଥିଲା । ସେ କହିଛନ୍ତି ମୁଁ ଆଦିବାସୀ ହୋଇଥିବାରୁ ମୋତେ ଟାର୍ଗେଟ୍ କରାଯାଉଛି । ପ୍ରଥମ ଥର ପାଇଁ ଦେଶର ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି । ମୁଁ କିନ୍ତୁ ହାର ମାନିବି ନାହିଁ ।

Get real time updates directly on you device, subscribe now.