fbpx

ଝାଡ଼ଖଣ୍ଡରେ ବିଜେପି ଘୋଡ଼ା ବେପାର କରୁଛି; ଜୟରାମ ରମେଶ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ବିଜେପି ଘୋଡ଼ା ବେପାର କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ଜୟରାମ ରମେଶ କହନ୍ତି, ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ରେ ବିଳମ୍ବ ହୋଇଥିବା ବେଳେ ବିହାରରେ ଏହା ହୋଇନାହିଁ। ଝାଡ଼ଖଣ୍ଡରେ ଇଡିର କାର୍ଯ୍ୟାନୁଷ୍ଠାନ ପରେ ହେମନ୍ତ ସୋରେନ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ଚମ୍ପଇ ସୋରେନ ମଧ୍ୟ ବିଧାୟକ ଦଳର ନୂଆ ନେତା ଭାବେ ସରକାର ଗଠନ ପାଇଁ ଦାବି କରିଥିଲେ। କିନ୍ତୁ ଗୁରୁବାର ସନ୍ଧ୍ୟାରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ। ଜୟରାମ ରମେଶ କହିଛନ୍ତି, ଝାଡ଼ଖଣ୍ଡରେ ବିଜେପି ଘୋଡ଼ା ବେପାର କରୁଛି। ବିଜେପି ଜେଏମଏମ, ଆରଜେଡି, କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳର ବିଧାୟକଙ୍କୁ ଭାଙ୍ଗିବାକୁ ଚାହୁଁଛି । ”

 

ସେପଟେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବାର ଗୋଟିଏ ଦିନ ପରେ ଗତ କାଲି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନଜିତିବା ପାଇଁ ବିଜେପି ବିରୋଧୀ ନେତାମାନଙ୍କୁ ଜେଲରେ ନେଇ ରଖୁଛି । ଗୁରୁବାର ନଦିଆ ଜିଲ୍ଲାର ଶାନ୍ତିପୁରଠାରେ ଆୟୋଜିତ ଏକ ସାଧାରଣ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଯଦି ତାଙ୍କୁ ଜେଲରେ ରଖାଯାଏ ତେବେ ସେ ଜେଲରୁ ବାହାରିବେ।

କେବଳ ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତଙ୍କୁ ଜେଲ ପଠାଉଛି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାଙ୍କ କଂଗ୍ରେସ ଦଳ ସହ ମେଣ୍ଟ କରିବାକୁ ଆଗ୍ରହୀ ବୋଲି ସେ ଦୋହରାଇଥିଲେ, କିନ୍ତୁ କଂଗ୍ରେସ ନିଜେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ଆମେ ମେଣ୍ଟ ଚାହୁଁଥିଲୁ କିନ୍ତୁ କଂଗ୍ରେସ ରାଜି ହୋଇନଥିଲା । ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିବା ପାଇଁ ସେ ସିପିଏମ୍ ସହ ହାତ ମିଳାଇଥିଲେ ।

Get real time updates directly on you device, subscribe now.