fbpx

ମଣିପୁର: ଦୁଇ ମହିଳାଙ୍କୁ ଉଲଘ୍ନ କରି ରାସ୍ତାରେ ବୁଲାଇଲେ, ଗଣ ଦୁସ୍କର୍ମ ଅଭିଯୋଗ

ନୁଆଦିଲ୍ଲୀ: ହିଂସାଗ୍ରସ୍ଥ ମଣିପୁରରେ ଦୁଇ ମହିଳାଙ୍କ ନିବସ୍ତ୍ର କରି ରାସ୍ତରେ ବୁଲାଇବାର ଅତି ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦୁଇ ଜଣ ମହିଳାଙ୍କୁ ନଗ୍ନ ଅବସ୍ଥାରେ ଅନେକ ପୁରୁଷଙ୍କ ମଝିରେ ଚାଲୁଥିବାର ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରୁ ମିଳିଥିବା ଖବର ମୁତାବକ, ସଂଘବଦ୍ଧ ଲୋକମାନେ ମହିଳା ମାନଙ୍କୁ ନିବସ୍ତ୍ର କରିବା ସହିତ ସେମାନଙ୍କୁ ଗଣ ଦୁସ୍କର୍ମ କରିଛନ୍ତି । କୁହାଯାଉଛି ଯେ, ମହିଳା ମାନଙ୍କୁ ମାଡ଼ ମାରିବା ପରେ ନା ସେମାନେ ଦେଖି ପାରୁଛନ୍ତି ନା କଥା କହି ପାରୁଛନ୍ତି ।

ରିପୋର୍ଟ ଅନୁଯାୟୀ, ଉଭୟ ମହିଳା କୁକି ସମ୍ପ୍ରଦାୟର ଅଟନ୍ତି । ଏଥି ସହିତ, ଉତ୍ତେଜିତ ଜନତା ମେଟାଇ ସମ୍ପ୍ରଦାୟର । ତେବେ ମଣିପୁର ପୋଲିସ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ କିମ୍ବା ଏ ବାବଦରେ କୌଣସି ମାମଲା ରୁଜୁ କରିନାହିଁ । ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ ।

ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି । ଆଦିବାସୀ ସଂଗଠନ ଇଣ୍ଡିଜିନସ୍ ଟ୍ରାଇବାଲ ଲିଡର ଫୋରମ୍‌(ଆଇଟିଏଲ୍‌ଏଫ)ର ଏକ ବୟାନ ଅନୁସାରେ, ଏହି ଘଟଣା ରାଜଧାନୀ ଇମ୍ପାଲ ଠାରୁ ପ୍ରାୟ ୩୫ କିଲୋମିଟର ଦୁର କଂଗପୋକପୀ ଜିଲ୍ଲାରେ ୪ ମଇ ରେ ଘଟିଥିଲା ।

ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଜାତୀୟ ମହିଳା କମିଶଣଙ୍କୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ କରିଛି (ଆଇଟିଏଲ୍‌ଏଫ) । ଆଇଟିଏଲଏଫ କହିଛି, “ଏହି ନିରୀହ ମହିଳାମାନଙ୍କ ସହିତ ହୋଇଥିବା ଭୟଙ୍କର ନିର୍ଯାତନାକୁ ପ୍ରୋତ୍ସାହିତ କରିବା ପାଇଁ ଅଭିଯୁକ୍ତମାନେ ଭିଡିଓ ସେୟାର କରିଛନ୍ତି । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।”

ବିଜେପି ଶାସିତ ମଣିପୁରରେ ଜାତି ହିଂସା ପରେ ମେ ୪ ତାରିଖରୁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ରାଜ୍ୟରେ ଏବେ ବି ହିଂସା ଦେଖାଯାଉଛି । କୁକି ଜନଜାତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା ଦାବି କରିଛନ୍ତି । ଜାତି ହିଂସାରେ ୧୨୦ ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଏହି ଘଟଣା ପରେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି ।

ଆଦିବାସୀ ସଲିଡେରିଟି ରାଲିରେ ସମସ୍ତ ଆଦିବାସୀ ଛାତ୍ର ସଂଗଠନ ମଣିପୁର ଦ୍ୱାରା ଅନୁସୂଚିତ ଜନଜାତିଙ୍କୁ ଅନ୍ତର୍ଭୁକ୍ତ କରିବା ଅଭିଯୋଗରେ ହିଂସା ବୃଦ୍ଧି ପାଇଥିଲା । ଏହି ପୂରା ଘଟଣା ମେ ମାସର ପ୍ରଥମ ସପ୍ତାହରେ ଘଟିଥିଲାବେଳେ ଦୁଇମାସ ପରେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ ।

Get real time updates directly on you device, subscribe now.