fbpx

ପିଓକେକୁ ଭାରତର କହିଲା ସହଯୋଗୀ ୟୁଏଇ, ପାକିସ୍ତାନକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ: ନିକଟରେ ଭାରତ ସଫଳତାର ସହିତ ଜି୨୦ ସମ୍ମିଳନୀ ଆୟୋଜନ କରିଛି । ଏଥିରେ ଅଂଶ ଗ୍ରହଣ କରଥିବା ଅନେକ ଦେଶ ଏହାକୁ ଭାରତର ସଫଳ ବୋଲି କହିଛନ୍ତି । ଏହାରି ମଧ୍ୟରେ ୟୁଏଇ ସମ୍ମିଳନୀରେ ଯୋଗ ଦଇ ଫେରିବା ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଉପ-ପ୍ରଧାନମନ୍ତ୍ରୀ ସୈଫ୍ ବିନ୍ ଜାଏଦ ଅଲ ନାହାନ ଏକ ଜି -୨୦ ଭିଡିଓ ସେୟାର କରିଛନ୍ତି । ଏଥିରେ ଭାରତ, ଆମେରିକା ସହିତ ହୋଇଥୀବା ବାଣିଜ୍ୟ କରିଡର ଚୁକ୍ତି ସମ୍ପର୍କରେ ପ୍ରଦର୍ଶନ କରିଛନ୍ତି ଯାହା ପାକିସ୍ଥାନ-ଅଧିକୃତ କାଶ୍ମୀର (ପିଓକେ) କୁ ଭାରତୀୟ ଅଞ୍ଚଳର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ସ୍ୱୀକୃତି ଦେଇଛି । ମାନଚିତ୍ରରେ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର ଭରତ ପାଇଁ ଏକ କୂଟନୈତିକ ସଫଳତା ଅଟେ, ଯାହା ଭାରତର ଆଞ୍ଚଳିକ ଅଖଣ୍ଡତାକୁ ଦୃଢ଼ କରିଥାଏ ।

ନୂଆଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଆରମ୍ଭ ହୋଇଥିବା ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର ଏଥିରେ ସମ୍ପୃକ୍ତ ଦେଶମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ସହଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଭାରତ, ମଧ୍ୟ ପୂର୍ବ ଏବଂ ୟୁରୋପ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବଢାଇବା ପାଇଁ ଏହି କରିଡରର ଅପାର ସମ୍ଭାବନା ରହିଛି, ପିଓକେ ବର୍ତ୍ତମାନ ଏହି ରଣନୀତିକ ପଦକ୍ଷେପର ଏକ ଅଂଶ ଭାବରେ ସ୍ୱୀକୃତିପ୍ରାପ୍ତ ।

https://x.com/SaifBZayed/status/1700579597635436831?s=20

ୟୁଏଇ ଉପ ପ୍ରଧାନମନ୍ତ୍ରୀଙ୍କ ଜି୨୦ ଭିଡିଓରେ ପିଓକେ ସହିତ ଭାରତୀୟ ଅଞ୍ଚଳର ଅଂଶ ଭାବରେ ଚିତ୍ରଣ କରିବା ଏହି ପଦକ୍ଷେପ ପାକିସ୍ତାନର ଦୀର୍ଘ ଦିନ ଧରି ଚାଲିଆସୁଥିବା ଆଞ୍ଚଳିକ ଦାବିକୁ ଏକ ବଡ଼ ଝଟକା ଲାଗିଛି । ଏହା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପିଓକେକୁ ଆନ୍ତର୍ଜାତୀୟ ସ୍ୱୀକୃତିକୁ ପୁନଃପ୍ରମାଣିତ କରିଛି ।

ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର ବିଭିନ୍ନ କ୍ଷେତ୍ରରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ସହଯୋଗ ବୃଦ୍ଧି କରିବାର ପ୍ରତିଶୃତି ରଖିଛି ଏବଂ ଏହି ଅଞ୍ଚଳଗୁଡିକ ମଧ୍ୟରେ ଦୃଢ଼ ସମ୍ପର୍କକୁ ଆହୁରି ଦୃଢ଼ କରିବ । କରିଡର ଗତି ବଢୁଥିବାରୁ ଏହା ଅଂଶଗ୍ରହଣକାରୀ ରାଷ୍ଟ୍ରମାନଙ୍କୁ ଉପକୃତ କରି ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶ ପାଇଁ ନୂତନ ରାସ୍ତା ଖୋଲିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.