fbpx

ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୪୦୦ ପାର : ପୁଣି ୨ଟି ଆକ୍ରାନ୍ତ ଚିହ୍ନଟ

Advertisement

ସୁନ୍ଦରଗଡ଼ : ସ୍କ୍ରବ ଟାଇଫସର ଆକ୍ରାନ୍ତ ସଂଖ୍ୟରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ପୁଣି ୨ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କାଲି ୪୨ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ୨ ଜଣଙ୍କ ପଜିଟିଭ ଥିବାର ସୂଚନା ମିଳିଛି । ତେବେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ବୃଦ୍ଧି ପାଇଁ ୪୧୬ରେ ପହଞ୍ଚିଲାଣି । ଏହା ଦେଖି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଚିନ୍ତାବଢିବାରେ ଲାଗିଛି । ଏହା ବ୍ୟତୀତ ରାଜ୍ୟର ଅନ୍ୟାନ ଜିଲ୍ଲାରେ ମଧ୍ୟ ଏହି ସଂକ୍ରମଣ ବ୍ୟାପିବା ଦେଖାଯାଉଛି ।

ଏହି ସଂକ୍ରମଣ କେବଳ ସୁନ୍ଦରଗଡ଼ ନୁହେଁ ବଲାଙ୍ଗିର ଏବଂ ବରଗଡ଼ରେ ମଧ୍ୟ ଆତଙ୍କ ଖେଳାଉଛି । ପଶ୍ଚିମ ଓଡିଶା ପରେ ଦକ୍ଷିଣ ଓଡିଶାର କୋରାପୁଟ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଜୀବାଣୁ ଚାଷ ଜମି ଓ ଜଙ୍ଗଲରେ ରହିଥାନ୍ତି । ଲାର୍ଭା ମାଇଟ୍ସ ନାମକ ପୋକ କାମୁଡିବା ଫଳରେ ଏହା ଭୂତାଣୁ ଶରୀରର ଚର୍ମକୁ ଚାଲିଯାଇଥାଏ । ପୋକଟି ଯେଉଁଠି କାମୁଡିଥାଏ ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଥାଏ । ପରେ ଏହା ଘା’ ହୋଇଯାଇଥାଏ । ଲମ୍ବା ସମୟ ଧରି ଜ୍ୱର ସହିତ ହାତ, ଗୋଡ ଓ ତଣ୍ଟି ବିନ୍ଧା ଲାଗିରହିଥାଏ । ଏପରିକି ଝାଡା ଓ କାଶ ମଧ୍ୟ ହୋଇଥାଏ ।

Get real time updates directly on you device, subscribe now.