fbpx

ସ୍ୱିଡେନରେ କରାଳ ରୂପ ନେଲାଣି କଲେରା; ୪୩୦ ଲୋକଙ୍କ ମୃତ୍ୟୁ, ୧୪,୦୦୦ ଆକ୍ରାନ୍ତ

ସ୍କୁଲ ଓ ବଜାର ବନ୍ଦ, ସର୍ବାଧିକ ପ୍ରଭାବିତ ହେଉଛନ୍ତି ଗର୍ଭବତୀ ମହିଳା ଓ ଶିଶୁ

ନୂଆଦିଲ୍ଲୀ: ଗତ ମାସକ ମଧ୍ୟରେ ସ୍ୱିଡେନରେ କୋଲେରା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪୩୦ ଅତିକ୍ରମ କରିଛି। ସ୍ୱିଡେନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଲେରା ରୋଗୀଙ୍କ ସଂଖ୍ୟା ପ୍ରାୟ ୧୪,୦୦୦କୁ ବୃଦ୍ଧି ପାଇଛି। ସ୍ୱିଡେନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସେମାନେ କଲେରାରୁ ମୁକ୍ତି ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ସ୍ୱିଡେନ ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ ଟମ୍ ପେରିଲୋଙ୍କ କହିବାନୁଯାୟୀ, ଦେଶରେ ସଂଘର୍ଷ ପରିସ୍ଥିତି ଯୋଗୁଁ ଅସହାୟଲୋକଙ୍କ ଚିକିତ୍ସା କରିବା ଅତ୍ୟନ୍ତ କଷ୍ଟକର।

ଗତବର୍ଷଠାରୁ ଏହି ସଂଘର୍ଷରେ ୧,୫୦,୦ ଲୋକ ପ୍ରାଣ ହରାଇଛନ୍ତି। ଡାକ୍ତରୀ ସହାୟତା ସଂଗଠନ ଡକ୍ଟରସ୍ ବିଦାଉଟ୍ ବର୍ଡର୍ସ (ଏମ୍ଏସ୍ଏଫ୍)ର ଏକ ରିପୋର୍ଟ ଅନୁଯାୟୀ, ସୁଦାନରେ ଚାଲିଥିବା ସଂଘର୍ଷ ଯୋଗୁଁ ସେମାନେ ନିୟମିତ ବାଧାର ସମ୍ମୁଖୀନ ହେଉଛନ୍ତି। ୨୦୨୩ ଏପ୍ରିଲ ମାସରୁ ସ୍ୱିଡେନରେ ସେନା ଓ ଶକ୍ତିଶାଳୀ ଅର୍ଦ୍ଧସାମରିକ ଗୋଷ୍ଠୀ ରାପିଡ୍ ସପୋର୍ଟ ଫୋର୍ସ (ଆର୍ଏସ୍ଏଫ୍) ମଧ୍ୟରେ କ୍ଷମତା ସଂଘର୍ଷ ଜାରି ରହିଛି। ପାଖାପାଖି ୯୦ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ପଡିଛି ।

କୌଣସି ଫସଲ ଚାଷ କରିପାରୁନଥିବାରୁ ଦୁର୍ଭିକ୍ଷ ଆଶଙ୍କା ମଧ୍ୟ ବଢିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, କୋଲେରା ଏକ ଦ୍ରୁତ ଗତିରେ ବ୍ୟାପୁଥିବା ରୋଗ, ଯାହା କାରଣରୁ ମୃତ୍ୟୁ ମଧ୍ୟ ହୋଇପାରେ । ଏହାର ଚିକିତ୍ସା ସହଜ କିନ୍ତୁ ବିଳମ୍ବ ନ କରିବା ଜରୁରୀ। ସ୍ୱିଡେନର ସ୍ୱାସ୍ଥ୍ୟମନ୍ତ୍ରୀ ହାଇଥାମ୍ ମହମ୍ମଦ ଇବ୍ରାହିମ୍ ଅଗଷ୍ଟମାସରେ କଲେରା ବ୍ୟାପିବା ନେଇ ଘୋଷଣା କରିଥିଲେ। ଯୁଦ୍ଧ ସହିତ ପ୍ରବଳ ବର୍ଷା, ବନ୍ୟା ଓ ବିସ୍ଥାପିତ ଶିବିରରେ ଅତ୍ୟଧିକ ଭିଡ଼ ଯୋଗୁଁ କଲେରା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

Get real time updates directly on you device, subscribe now.