fbpx

ଆଗାମୀ ଦିନରେ ଆପଣଙ୍କ ଜୀବନରୁ ସରକାରଙ୍କୁ ଦୂରେଇ ଦେବୁ; ‘ରିଡିଫାଇନିଂ ଭାରତ’ ବିଷୟ ଉପରେ ଏପରି କହିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଟୁଡେ କନକ୍ଲେଭ୍ ୨୦୨୪ ମଞ୍ଚରୁ ‘ରିଡିଫାଇନିଂ ଭାରତ’ ବିଷୟ ଉପରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ଏହି କ୍ରମରେ ସେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉଦାହରଣ ଦେବା ସହ କହିଥିଲେ ମୁଁ ୨୦୨୯ ପାଇଁ ନୁହେଁ ବରଂ ୨୦୪୭ ପାଇଁ ପ୍ରସ୍ତୁତ ହେଉଛି । ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଇଜି ଅଫ୍ ଲିଭିଂର ଉଦାହରଣ ଦେଇ କହିଥିଲେ ଯଦି ମୋର ମିଶନ ୨୦୪୭ ସଫଳ ହେବ ତେବେ ମୁଁ ଲୋକଙ୍କ ଜୀବନରୁ ସରକାରଙ୍କ ଦଖଲକୁ ବନ୍ଦ କରିଦେବି ।

ସେ ଆହୁରି କହିଛନ୍ତି କି ଲୋକଙ୍କ ଜୀବନରେ ସରକାରଙ୍କ ଚାପ ରହିବନି କି ସରକାରଙ୍କ ଅଭାବ ବି ରହିବନି । ଯଦି କେହି ଗରିବ ଅଛନ୍ତି ତେବେ ତାଙ୍କୁ ନ ଲାଗିବା ଉଚିତ କି ସଂକଟ ସମୟରେ ତାଙ୍କ ପାଖକୁ କେହି ଆସିନାହାନ୍ତି ବୋଲି । ଦେଶରେ ଅଭାବ ରହିବା ଅନୁଚିତ, ସରକାରଙ୍କୁ ଯେଉଁଠାରେ ଆବଶ୍ୟକ ସେଠାରେ ରହିବା ଉଚିତ । କିନ୍ତୁ ସମସ୍ତ କାମରେ ସରକାର କାହିଁକି ମୁଣ୍ଡ ପୁରାଇବେ । ଯଦି ମୋର ୨୦୪୭ ମିଶନ ପୁରା ହେବ ତେବେ ନାଗରିକଙ୍କ ଜୀବନରୁ ସରକାରଙ୍କ ଦଖଲ ବନ୍ଦ କରିଦେବି ।

ମୋଦୀ ଆହୁରି କହିଛନ୍ତି ସାଧାରଣ ମାନବ ଜୀବନରେ ସରକାର ଦଖଲ ଦେବା ଅନୁଚିତ । ନାଗରିକଙ୍କୁ ସେମାନଙ୍କ ଜୀବନ ନିଜେ ଜୀଇଁବାକୁ ଛାଡିଦେବା ଉଚିତ । ସେମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ସେମାନଙ୍‌କୁ ଖୋଲା ଆକାଶରେ ଛାଡିଦେବା ଉଚିତ । ଏହି ଚିନ୍ତାଧାରା ଆଧାରରେ ମୋର ଇଜି ଅଫ୍ ଲିଭିଂ ପର୍ଯ୍ୟବେଶିତ । ଏହି କ୍ରମରେ ଆମେ ପ୍ରାୟ ଦେଢ ହଜାର ଆଇନ ଉଚ୍ଛେଦ କରିସାରିଲୁଣି ଓ ଲୋକଙ୍କ ଜୀବନକୁ ବହୁତ ସରଳ କରିସାରିଛୁ ।

ସାଧାରଣ ନାଗରିକଙ୍କୁ ସରକାରୀ ଅଫିସ୍ ଆଉ ଚକ୍କର ଲଗାଇବାକୁ ପଡୁନାହିଁ । ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବାକୁ ପଡୁନାହିଁ । ରେଲୱେ ଷ୍ଟେସନରେ ଆଉ ଆପଣଙ୍କୁ ଲାଇନ୍ ଦେଖିବାକୁ ମିଳୁନାହିଁ । କାରଣ ଦୁନିଆ ବଦଳି ଯାଇଛି । ତେବେ ଇଜି ଅଫ୍ ଲିଭିଂର ଅର୍ଥ କେବଳ ଏହିପ୍ରକାର ସୁବିଧାକୁ ବଢାଇବା ନୁହେଁ ବରଂ ଗରିବ ଓ ମଧ୍ୟବର୍ତ୍ତୀ ପରିବାର ପାଖରେ କିଭଳି ପଇସା ବଞ୍ଚିବ ତାହାର ବାଟ ବାହାର କରିବା ।

Get real time updates directly on you device, subscribe now.