fbpx

ଏହି ଦେଶରେ ସମଲିଙ୍ଗୀଙ୍କୁ ଫାଶୀ ଦିଆଯାଇପାରେ ! କଠୋର ଆଇନ ପ୍ରଣୟନ ହୋଇଛି

ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗ ସମ୍ପର୍କ ବିଚାରଧୀନ ଅବସ୍ଥାରେ ରହିଛି । ଏହାର ରାୟ କ’ଣ ଆସିବ ତାହାକୁ ନେଇ ସମଲିଙ୍ଗୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଏହାକୁ ନେଇ ଅନ୍ୟ ଏକ ଦେଶର ଏକ ବଡ କବର ସାମ୍ନାକୁ ଆସିଛି । ଏହି ଦେଶରେ ସମଲିଙ୍ଗୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଯାଇଛି ।

ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏହି ଆଇନ ପ୍ରଣୟନ ହୋଇଛି । ସମଲିଙ୍ଗୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଯାଇଛି । ଉଗାଣ୍ଡା ରାଷ୍ଟ୍ରପତି ୟୋଭେରୀ ମୁସେଭେନି ସମଲିଙ୍ଗୀ ସମ୍ପର୍କ ବିରୋଧୀ ଏକ ନୂତନ ଆଇନ ପ୍ରଣୟନ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏହାକୁ ମାନବିକତା ବିରୋଧୀ କହିବା ସହ ଏହି ନିୟମକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ।

ଉଗାଣ୍ଡା ରାଷ୍ଟ୍ରପତି ୟୋଭେରୀ ମୁସେଭେନି ଏକ ନୂତନ ନିୟମ ସ୍ୱାକ୍ଷର କରିଛନ୍ତି। ଏହି ନିୟମ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କକୁ ପ୍ରୋତ୍ସାହିତ କରୁଥିବ୨ା ବ୍ୟକ୍ତିକୁ ୨୦ ବର୍ଷ ଜେଲ ଦଣ୍ଡ ହେବ ବୋଲି ଘୋଷଣା କରାଯାଇଛି । ଯଦି ଜଣେ ସମଲିଙ୍ଗୀ ଏଚ୍.ଆଇ.ଭି ପଜିଟିଭ୍ ଆସେ ତେବେ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ । ଉଗାଣ୍ଡା ସମେତ ୩୦ ରୁ ଅଧିକ ଆଫ୍ରିକୀୟ ଦେଶରେ ସମଲିଙ୍ଗୀମାନେ ପ୍ରଭାବିତ ହୋଇଛନ୍ତି ।

Get real time updates directly on you device, subscribe now.