ଭାରତର ଏହି ସ୍ଥାନରେ ଏକାଧିକ ବିବାହ କରିପାରିବେ ମହିଳା, କିନ୍ତୁ ମାନିବାକୁ ପଡିବ ଗୋଟିଏ ସର୍ତ୍ତ

ଓଡିଶା ଭାସ୍କର: ଆପଣ ମହାଭାରତରେ ଦ୍ରୌପଦୀଙ୍କ ବିଷୟରେ ନିଶ୍ଚୟ ପଢ଼ିଥିବେ। ଦ୍ରୌପଦୀ ଏକାସାଙ୍ଗରେ ପାଞ୍ଚଟି ପାଣ୍ଡବଙ୍କୁ ବିବାହ କରିଥିଲେ। ସେ ତାଙ୍କର ପୁରା ଜୀବନ ତାଙ୍କ ପାଞ୍ଚ ସ୍ୱାମୀଙ୍କ ସହିତ ବିତାଇଥିଲେ। କିନ୍ତୁ ଆଜିର ସମୟରେ, ଏହା କେବଳ କିଛି ପୁରୁଷଙ୍କ ବିଷୟରେ ଶୁଣାଯାଏ ଯେଉଁମାନେ ଏକରୁ ଅଧିକ ବିବାହ କରନ୍ତି। ଅନ୍ୟପଟେ ବିଦେଶରେ ମଧ୍ୟ ଏପରି ଘଟଣା କ୍ୱଚିତ୍ ଦେଖାଯାଏ, ଯେଉଁଠାରେ ମହିଳା ମାନେ ଏକରୁ ଅଧିକ ବିବାହ କରିଥାନ୍ତି। ହେଲେ ଭାରତରେ ହିନ୍ଦୁ ଧର୍ମରେ ଏକରୁ ଅଧିକ ବିବାହ ବେଆଇନ ଘୋଷିତ ହୋଇଛି। କିନ୍ତୁ ଭାରତରେ ମଧ୍ୟ ଏଭଳି ଏକ ସ୍ଥାନ ରହିଛି, ଯେଉଁଠାରେ ମହିଳା ଏକାଧିକ ବିବାହ କରିବାର ପ୍ରଥା ରହିଛି।

ସୂଚନା ଅନୁଯାୟୀ, ହିମାଚଳ ଏବଂ ଉତ୍ତରାଖଣ୍ଡରେ କିଛି ଜନଜାତି ଅଛନ୍ତି, ଯେଉଁଠାରେ ମହିଳାମାନଙ୍କର ଏକରୁ ଅଧିକ ସ୍ୱାମୀ ଅଛନ୍ତି। ଏଭଳି ପରିସ୍ଥିତିରେ ଭାରତରେ ଚାଲିଥିବା ଏହି ପ୍ରଥା ବିଷୟରେ ଏକ ବିଦେଶୀ ଗଣମାଧ୍ୟମ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ପ୍ରକାଶିତ ଖବର ଅନୁଯାୟୀ, ଏହି ପରମ୍ପରାରେ ଜଣେ ମହିଳା ପାଞ୍ଚରୁ ସାତ ଜଣ ପୁରୁଷଙ୍କୁ ବିବାହ କରିଥାନ୍ତି। କିନ୍ତୁ ଏଥିରେ ଏକ ସର୍ତ୍ତ ଅଛି। ବିବାହ କରୁଥିବା ସମସ୍ତ ପୁରୁଷ ଏକ ପରିବାରର ହେବା ଦରକାର।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏକାଧିକ ଭାଇଙ୍କ ସହ ବିବାହ ହେତୁ ମହିଳା ଜଣଙ୍କ ଶାରରୀକ ସମ୍ପର୍କ କିମ୍ବା ଗର୍ଭବତୀ ଥିବା ନେଇ ଦ୍ୱନ୍ଦ୍ୱ ରହୁଥିବ। ହେଲେ ସ୍ୱାମୀ ମାନେ ଏଥିଲାଗି ଆଦୌ ବ୍ୟସ୍ତ ନୁହଁନ୍ତି। ବରଂ ସେମାନେ ପ୍ରତ୍ୟେକ ପିଲାକୁ ନିଜର ବୋଲି ଭାବନ୍ତି ଏବଂ ସେମାନଙ୍କୁ ଭଲ ପାଆନ୍ତି। ସମସ୍ତେ ଗୋଟିଏ ପରିବାର ଭାବରେ ଗୋଟିଏ ଛାତ ତଳେ ନିଜ ଜୀବନ ବିତାଇଥାନ୍ତି। ସେହିପରି ଯଦି ମହିଳା ଜଣକ ଚାହିଁବେ ସେମାନଙ୍କ ମଧ୍ୟରୁ ଯେକୌଣସି ସ୍ୱାମୀଙ୍କୁ ଛାଡ଼ପତ୍ର ମଧ୍ୟ ଦେଇପାରିବେ। ସେମାନଙ୍କ ବିବାହରେ ଛାଡପତ୍ର ପାଇଁ ଏକ “ମାନଦଣ୍ଡ” ପ୍ରଥା ମଧ୍ୟ ରହିଛି? ଯଦି ଜଣେ ମହିଳା ଛାଡପତ୍ର ପାଇବାକୁ ଚାହୁଁଛନ୍ତି ତେବେ ଉଭୟ ପକ୍ଷ ଏଥିଲାଗି ଏକାଠି ବସିଥାନ୍ତି। ସେମାନଙ୍କ ଆଗରେ ଗୋଟେ କାଠ ରଖାଯାଏ। ଏହି କାଠ ଭାଙ୍ଗିବା ଅର୍ଥ ହେଉଛି ଛାଡପତ୍ର।